Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା, ୧୧ଟି ଦେଶର ଛାତ୍ରଛାତ୍ରୀ ସାମିଲ୍‌

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀର ଯୋଗାଯୋଗ, ସହଯୋଗ ଏବଂ ସମାଲୋଚିତ ଚିନ୍ତାଧାରାର ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଶୁକ୍ରବାର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଦ୍ୱାରା ବିଶ୍ୱସ୍ତରୀୟ ଅନଲାଇନ୍ ବିତର୍କ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।

ଏଥିରେ ୧୧ଟି ଦେଶର ୪୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ସାମିଲ୍ ହୋଇଥିଲେ। ଅଷ୍ଟ୍ରେଲିଆ, କେନିୟା, ନାମ୍ବିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ, ଥାଇଲାଣ୍ଡ, ତୁର୍କୀ, ଶ୍ରୀଲଙ୍କା ଓ ଭାରତ ଭଳି ୧୧ଟି ଦେଶର ଛାତ୍ରଛାତ୍ରୀ ସାମିଲ୍ ଥିଲେ।

ଏହି ବିଶ୍ୱସ୍ତରୀୟ ଅନଲାଇନ୍ ବିତର୍କ ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ବ୍ରିଟିଶ୍ କାଉନ୍‌ସିଲର ପୂର୍ବ ଏବଂ ଉତ୍ତର ଭାରତର ନିର୍ଦ୍ଦେଶକ ଡଃ ଦେବାଞ୍ଜନ ଚକ୍ରର୍ବୀ, ସମ୍ମାନନୀୟ ଅତିଥି ଭାବେ ବ୍ରିଟିଶ୍ ହାଇକମିଶନର୍‌, କୋଲକାତାର ନିକ୍ ଲୋ ଏବଂ ସାଇ ଇଣ୍ଟରନ୍ୟାସନାଲ୍‌ର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ଯୋଗଦେଇଥିଲେ।

ଏହି ପ୍ରତିଯୋଗୀତାରେ ବିଶ୍ୱର ବିଭିନ୍ନ ପ୍ରକାର ସମସ୍ୟା ଓ ଏହାର ସମାଧାନକୁ ନେଇ ଅନେକ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ସାମିଲ୍ କରାଯାଇଥିଲା । ଜଗତୀକରଣ ଏକ ସୁଯୋଗ ନା ବିପଦ, ବଞ୍ଚିବା ପାଇଁ କ’ଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଛାତ୍ରଛାତ୍ରୀମାନଙ୍କ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ, ମାନବ ଜଗତ କ’ଣ ପ୍ରକୃତିକୁ ରକ୍ଷା କରିପାରିବ, ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି କି, ରୋବଟ କ’ଣ ଲୋକଙ୍କର ଜୀବନଶୈଳୀର ମାନକୁ ବୃଦ୍ଧି କରିପାରିବ, ଏହିପରି ଅନେକ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଏହି ଅନଲାଇନ୍ ବିତର୍କ ପ୍ରତିଯୋଗୀତାରେ ସାମିଲ୍ କରାଯାଇଥିଲା।

ଏହି ବିତର୍କ ପ୍ରତିଯୋଗୀତାରେ ତିନୋଟି ରାଉଣ୍ଡରେ ମାଧ୍ୟମରେ ବିଭିନ୍ନ ମାନଦଣ୍ଡକୁ ବିଚାରକୁ ନିଆଯାଇ ବିଜେତା ଘୋଷଣା କରାଯାଇଥିଲା।

ସାଇ ଇଣ୍ଟରନ୍ୟାସନାଲ୍‌ର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଏହିଭଳି ବିଶ୍ୱ ସ୍ତରର ପ୍ରତିଯୋଗୀତାରେ ଭାଗନେଇ ଆତ୍ମବଳ ବୃଦ୍ଧି କରିବା ସହ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରାଇବାରେ ଏହା ନିଶ୍ଚୟ ସହାୟକ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.