Latest Odisha News

BREAKING NEWS

ଦନ୍ତା ହାତୀର ମୃତଦେହ ଉଦ୍ଧାର : ଦେଢ଼ମାସରେ ଗଲାଣି ୩ ହାତୀର ଜୀବନ

ପାଲଲହଡ଼ା: ପୁଣି ଦନ୍ତା ହାତୀର ମୃତ୍ୟୁ। ଦେଢ଼ମାସରେ ଗଲାଣି ୩ହାତୀର ଜୀବନ। ଅନୁଗୁଳ ଜିଲ୍ଲାରେ ଦୁଇ ଦିନରେ ଦୁଇ ହାତୀ ମୃତ୍ୟୁ ହୋଇଗଲାଣି। ଗତକାଲି ବିଳମ୍ବିତ ରାତିରେ କଣିହାଁ ବନାଞ୍ଚଳ ଡ଼ିହତଇଲା ନିକଟରୁ ହାତୀର ମୃତହେଦ ଉଦ୍ଧାର ହୋଇଛି। ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଗତକାଲି ପାଲଲହଡ଼ା ଜୋକପାଣି ଗାଁ ଜଙ୍ଗଲ ନିକଟରେ ଥିବା ଧାନ ଜମିରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀଟି ତିନି ଚାରି ଦିନ ହେବ ୩୦ଟିକିଆ ହାତୀ ପଲ ସହ ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ଗ୍ରାମବାସୀ କହିଥିଲେ। ହାତୀଟି ନିଜ ଦଳରୁ ଅଲଗା ହୋଇଯାଇଥିବାବେଳେ ଶନିବାର ସକାଳୁ ହାତୀଟିର ମୃତଦେହ ଏକ ଜମିରୁ ଠାବ କରାଯାଇଥିଲା। ଘଟଣାସ୍ଥଳରେ ଦେବଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ, ପାଲଲହଡ଼ା ବନାଞ୍ଚଳ ଅଧିକାରୀ ଦୁର୍ଯ୍ୟୋଧନ ଜେରାଇ, ଆଞ୍ଚଳିକ ବନ ସଂରକ୍ଷକ ଅରୁଣ ମିଶ୍ର ପହଞ୍ଚି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଇଥିଲେ। ଶବ ବ୍ୟଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ ଜଣାପଡ଼ିବ ବୋଲି ବନ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତମାସ ୧୧ତାରିଖରେ ଖମାର ବନଖଣ୍ଡ ପାଉଁସିଆ ଜଙ୍ଗଲରୁ ଶିକାରୀମାନଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.