Latest Odisha News

ଜାତୀୟ ମହିଳା ହକି : କ୍ୱାର୍ଟରରେ ଓଡିଶା

ଭୁବନେଶ୍ୱର: ଉତରପ୍ରଦେଶର ଝାନସୀରେ ଚାଲିଥିବା ୧୧ ତମ ଜାତୀୟ ସିନିୟର ମହିଳା ହକି ଟୁର୍ଣ୍ଣାମେଂଟରେ ଓଡିଶା ଦଳ ପ୍ରଭାବୀ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଶନିବାର ଓଡିଶା ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଛତିଶଗଡକୁ ୩-୦ ଗୋଲରେ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।

ଛତିଶଗଡ ମ୍ୟାଚକୁ ପ୍ରତ୍ୟାବର୍ତନ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଓଡିଶା ଖେଳାଳି କୌଣସି ସୁଯୋଗ ଦେଇ ନ ଥିଲେ । ପୂର୍ବରୁ ଶୁକ୍ରବାର ପୁଲ ଡିର ଏକ ମ୍ୟାଚରେ ଓଡିଶା ହିମାଚଳ ପ୍ରଦେଶକୁ ୧୮-୦ ଗୋଲରେ ହରାଇଥିଲା ।

Leave A Reply

Your email address will not be published.