Latest Odisha News

କରୋନା ଭୟ: ଟ୍ଵିନ ସିଟିରେ ବନ୍ଦ ହେଲା କୋଚିଂ ସେଣ୍ଟର, ମଲ୍ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର: କରୋନାଭାଇରସର ବଢୁଥିବା ଭୟାଭହାତକୁ ଦୃଷ୍ଟିରେ ରଖି ଟ୍ଵିନ ସିଟି ପୋଲିସ ଭୁବନେଶ୍ୱର ଏବଂ କଟକ ସହରର ଅଧିବାସୀଙ୍କ ପାଇଁ ଉପଦେଷ୍ଟା ତାଲିକା ଜାରି କରିଛି।

BjdElectrycity

ପୋଲିସ କମିଶନର ସୁଧାଂଶୁ ସାରଙ୍ଗୀ ଏକ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରବିବାର ଠାରୁ ସମସ୍ତ କୋଚିଂ / ଟ୍ୟୁସନ କେନ୍ଦ୍ର ବନ୍ଦ ରହିବ। ସମସ୍ତ କୋଚିଂ / ଟ୍ୟୁସନ କେନ୍ଦ୍ର ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିବ ଏବଂ ସରକାରୀ ନିର୍ଦ୍ଦେଶନାମା ଉଲ୍ଲଂଘନ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଭିଭାବକମାନେ ନିଜ ପିଲାମାନଙ୍କୁ କୋଚିଂ ସେଣ୍ଟରକୁ ନ ପଠାଇବାକୁ କମିଶନର ପରାମର୍ଶ ମଧ୍ୟ ଦେଇଛନ୍ତି ।

ଭୁବନେଶ୍ୱରର ବାର ଏବଂ ପବ୍ ଗୁଡିକରେ ସଙ୍ଗୀତ ବଜାଇବା ପାଇଁ ଲାଉଡ ସ୍ପିକର ବ୍ୟବହାର କରିବାର ଲାଇସେନ୍ସକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଏହି ଟ୍ୱିଟରେ କମିଶନର ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ସହରର ସପିଂ ମଲ ଏବଂ ସୁପର ମାର୍କେଟ ଗୁଡିକରେ ଯେ କୌଣସି ସମୟରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ସୀମିତ ରଖିବାକୁ କୁହାଯାଇଛି। ଗ୍ରାହକମାନେ ଅତି କମରେ ଛଅ ଫୁଟ ଦୂରତା ବଜାୟ ରଖିବା ଏବଂ ବିକ୍ରୟ ପ୍ରୋତ୍ସାହନ ଇଭେଣ୍ଟଗୁଡିକ ଠାରୁ ଦୂରରେ ରହିବା ନେଇ କମିଶନ ସଚେତନ କରାଇଛନ୍ତି ।

ଏହା ବ୍ୟତୀତ ସେଲସ ମ୍ୟାନମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି ।

ବିବାହ ଏବଂ ବ୍ରତଘର ଆୟୋଜନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ ପୋଲିସ କମିଶନର କହିଛନ୍ତି ଯେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇପାରିବ। କିନ୍ତୁ ସେମାନେ ଏହି ସମାରୋହକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବା ଦରକାର ବୋଲି କମିଶନର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.