Latest Odisha News

BREAKING NEWS

ସମ୍ବଲପୁରରେ ଏନ୍‌କାଉଣ୍ଟର; କୁଖ୍ୟାତ ଅପରାଧୀ ବଣ୍ଟି ସୁନା ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ଦିନ ପୋଲିସ ଦ୍ୱାରା କରାଯାଇଥିବା ଏକ ଏନ୍‌କାଉଣ୍ଟରରେ ଆଉ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି।

ଚାରମାଲ ଥାନା ଅଧୀନସ୍ଥ ମୋଚିବାହାଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଆହତ ଅପରାଧୀ ବଣ୍ଟି ସୁନା ବୋଲି ଚିହ୍ନଟ କରାଯାଇଛି।

ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଏକ ପୋଲିସ ଟିମ୍ ସୁନାକୁ ଅଟକାଇଥିଲା। କିନ୍ତୁ ପୋଲିସ କବଳରୁ ଖସିବା ପାଇଁ ସେ ଗୁଳି ଚଳାଇଥିଲା। ଯାହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏନକାଉଣ୍ଟର ସମୟରେ ସୁନାର ବାମ ଗୋଡରେ ଗୁଳି ବାଜିଥିଲା। ପରେ ତାକୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ପୋଲିସ ସୂତ୍ରରୁ ଜଣାପଡିଛି ଯେ ସୁନା ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଏବଂ ନିଶାଦ୍ରବ୍ୟ ଚାଲାଣ ସମେତ ଅନେକ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିଲା। ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ତା’ ବିରୁଦ୍ଧରେ ପ୍ରାୟ ୧୬ ଟି ଅପରାଧିକ ମାମଲା ରହିଛି।

ତେବେ ପୂର୍ବରୁ ସମ୍ବଲପୁରରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁ ଆହତ ହେବା ପରେ ପରେ ଏହି ଏନକାଉଣ୍ଟର ହୋଇଛି।

 

Comments are closed.