Latest Odisha News

BREAKING NEWS

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟର ୫ଟି ଫ୍ଲାଟ୍ ରୁ ଲୁଟ୍, ତଦନ୍ତ ଜାରି

ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟ୍ ଘଟଣା । ଦିନକୁ ଦିନ ଏହା ବଢିବାରେ ଲାଗିଛି । ଏବେ କିଛି ଦିନ ହେବ ଲୁଟେରାଙ୍କ ଟାର୍ଗେଟରେ ରହିଛି ଭୁବନେଶ୍ବରର ବଡ ବଡ ଆପାର୍ଟମେଣ୍ଟ । ଲୋକେ ପୂର୍ବରୁ ଆପାର୍ଟମେଣ୍ଟରେ ରହିବାକୁ ଅତି ସୁରକ୍ଷିତ ମନେ କରୁଥିବାବେଳେ, ଏବେ କିନ୍ତୁ ଏହାକୁ ଅସୁରକ୍ଷିତ ମନେ କରୁଛନ୍ତି । କାରଣ ବାରମ୍ବାର ଲୁଟ୍ ଯୋଗୁଁ ଭୟଭୀତ ହୋଇପଡିଛନ୍ତି ଲୋକେ ।  ତେବେ ପୁଣି ଲୁଟେରାଙ୍କ ଲୁଟ୍ ର ଶିକାର ହୋଇଛି ରାଜଧାନୀର ଆଉ ଏକ ଆପାର୍ଟମେଣ୍ଟ ।

BjdElectrycity

ଖବର ମୁତାବକ, ମଞ୍ଚେଶ୍ବର ଥାନା ଅଧିନ ଗାଢକାଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ଆଉ ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ହେଲେ ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ଉକ୍ତ ଆପାର୍ଟମେଣ୍ଟର ୫ ଟି ଫ୍ଲାଟ୍ ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଏହି ଚୋରୀ ସୋମବା ରାତି ୩ ଟା ସମୟରେ ହୋଇଥିବା ଜଣାପଡିଛି । ଚୋରମାନେ ଆଲମିରା ଲକର ଭାଙ୍ଗି ଟଙ୍କା ଓ ସୁନା ଗହଣା ନେଇଯାଇଥିବା ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତ କରି ଚୋରଙ୍କୁ ଧରିବା ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଲଗାତାର ଆପାର୍ଟମେଣ୍ଟରୁ ଚୋରୀ ହେଉଥିବା ଘଟଣା ସାମ୍ନାକୁ ଆସୁଥିବାବେଳେ, କାହିଁକି ଚୁପ୍ ବସିଛି ପୋଲିସ ।

Leave A Reply

Your email address will not be published.