Latest Odisha News

BREAKING NEWS

ହସ୍ପିଟାଲ୍ ବାରଣ୍ଡାରେ ଗର୍ଭବତୀ ମହିଳାଙ୍କ ଯାଆଁଳା ଶିଶୁ ପ୍ରସବ !

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିକେ ପାଣ୍ଡିଆନ୍ ଭଦ୍ରକ ଜିଲ୍ଲାରେ ‘ମୋ ସରକାର’ କାର୍ଯ୍ୟକ୍ରମ ତଦାରଖ କରିବାର କିଛି ଘଣ୍ଟା ପୂର୍ବରୁ ସୋମବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ଜଣେ ମହିଳା ଯାଆଁଳା ଶିଶୁ ପ୍ରସବ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ତିହିଡ଼ି ବ୍ଲକ ଅନ୍ତର୍ଗତ ତଳଦୁମୁକା ଗ୍ରାମର ଜଣେ ଗର୍ଭବତୀ ମହିଳା ପ୍ରସବ ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଚିକିତ୍ସା ନିମନ୍ତେ ସକାଳେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ଡ଼ାକ୍ତର କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରୀତ କରିଥିଲେ ।

ଏହାପରେ ପ୍ରସୂତୀ ୱାର୍ଡ଼ ବାହାରେ ଗର୍ଭବତୀ ମହିଳା ଜଣକଙ୍କ ଅତ୍ୟନ୍ତ ପ୍ରସବ ବେଦନା ହେବାରୁ ସେ ତାଙ୍କର ଶାଶୁ ଓ କିଛି ମହିଳାଙ୍କ ସାହାଯ୍ୟରେ ହସ୍ପିଟାଲ ବାରଣ୍ଡାରେ ହିଁ ଦୁଇଟି ଯାଆଁଳା ଶିଶୁ କନ୍ୟା ପ୍ରସବ କରିଥିଲେ ।

ଗଣମାଧ୍ୟମ ନିକଟରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ, ହସ୍ପିଟାଲ କର୍ତ୍ତୃପକ୍ଷ ପୁନର୍ବାର ଏହି ମହିଳାଙ୍କୁ ପ୍ରସୂତୀ ୱାର୍ଡ଼ରେ ଆଡ଼ମିଶନ କରାଇଥିଲେ ।

Leave A Reply

Your email address will not be published.