Latest Odisha News

BREAKING NEWS

ଭିନ୍ନମୋଡ଼ ନେଲା ଚୌଦ୍ୱାର ଡ଼ବଲ୍ ଏନକାଉଣ୍ଟର୍; ଅପରାଧୀଙ୍କ ପ୍ରେମିକା ମଧ୍ୟ ଗ୍ୟାଙ୍ଗରେ ସଂପୃକ୍ତ !

କଟକ: ଚୌଦ୍ୱାର ପୋଲିସ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର୍ ମାଧ୍ୟମରେ ଏନକାଉଣ୍ଟର୍ କରି ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଏହି ଅପରାଧୀମାନଙ୍କ ମଧ୍ୟରୁ ଜଣେ ଅପରାଧୀଙ୍କ ପ୍ରେମିକା ସମେତ ୩ ଜଣ ପରିବାର ସଦସ୍ୟଙ୍କୁ ସୋମବାର ଦିନ ଗିରଫ କରିଛି କମିଶନରେଟ ପୋଲିସ ।

ଗଣମାଧ୍ୟମକୁ ସୂଚନାଦେଇ କଟକ ଡ଼ିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଆଜି ସକାଳେ ଗିରଫ ହୋଇଥିବା ମୁନା ଦେହୁରୀକୁ ପଚରାଉଚରା ସମୟରେ ଅନେକ କଥା ପଦାକୁ ଆସିଛି । ଗତ ସେପ୍ଟେମ୍ବର ୨୪ରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ନୂଆପଡ଼ା ରାଇସ ମିଲ୍ ନିକଟରେ ଲତା ଲଳିତ ସିଂହଙ୍କ ହତ୍ୟା ଓ ଲୁଟ ଘଟଣାରେ ଅଜୟ ସାହୁ ଓରଫ ଜିତୁ ସଂପୃକ୍ତ ରହିଥିବା କଥା ଜଣାପଡ଼ିଛି ।

ଜିତୁ ଚୌଦ୍ୱାରା ପୋଲିସ ଦ୍ୱାରା ରବିବାର ଦିନ ଗିରଫ ହୋଇଛି ।

“ତାହାର ବୟାନ ଅନୁଯାୟୀ, ଆଜି ଜିତୁକୁ ଏସମ୍ପର୍କରେ ପଚାରାଉଚରା କରାଯାଇଛି । ସେ ସବୁକଥା ମାନିଯାଇ ପୋଲିସ ଆଗରେ ସ୍ୱୀକାର କରିଛି ଯେ, ତା’ର ପ୍ରେମିକା ସୁନୀତା ସିଂହ ଓରଫ ଲକ୍ଷ୍ମୀପ୍ରିୟା ମହଲା ଓରଫ ଅନୁ ଏବଂ ତାଙ୍କ ମାଆ କାଞ୍ଚନ ସାହୁ ଓରଫ ମାଳତୀ ଏହିସବୁ ଲୁଟ ସାମଗ୍ରୀ ଲୋକମାନଙ୍କୁ ବିକ୍ରୟ କରୁଥିଲେ । ଏହିଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଏହି ସମସ୍ତ ପରିବାର ସଦସ୍ୟ ଗୋଟିଏ ଗ୍ୟାଙ୍ଗର” ବୋଲି କହିଛନ୍ତି ଡ଼ିସିପି ।

ଇତିମଧ୍ୟରେ ପୋଲିସ ଅଜୟଙ୍କ ପ୍ରେମିକାକୁ ମଧ୍ୟ ଗିରଫ କରିଛି । ଏପରିକି ତାଙ୍କର ଭଉଣୀ ଏବଂ ମାଆ ମଧ୍ୟ ଏହି ଘଟଣା ସମ୍ପର୍କରେ ଅନେକ ତଥ୍ୟ ପୋଲିସକୁ ପ୍ରଦାନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.