Latest Odisha News

BREAKING NEWS

ଶିଖ୍ ବିରୋଧି ଦଙ୍ଗା: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସୋମବାର ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ସାରା ଦେଶରେ ଶିଖ୍ ବିରୋଧି ଦଙ୍ଗା ହୋଇଥିଲା । ସେହି ସମୟରେ ଦିଲ୍ଲୀସ୍ଥିତ ରାଜନଗର ଅଞ୍ଚଳରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କୁ ହତ୍ୟା ଘଟଣାରେ ସଜ୍ଜନ ଜଡିତ ଥିବା ନେଇ ଅଭିଯୋଗ ହୋଇଥିଲା ।

ଅନ୍ୟପକ୍ଷରେ ଉକ୍ତ ଘଟଣାର ୩୪ ବର୍ଷ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ୨୦୧୩ ମସିହାରେ ତଳ କୋର୍ଟ ସଜ୍ଜନଙ୍କୁ ଦୋଷମୁକ୍ତ କରିଥିଲେ । ତେବେ ପରେ ତଳ କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଆଜି ଦିଲ୍ଲୀ ହୋଇକୋର୍ଟ ତଳ କୋର୍ଟଙ୍କ ରାୟକୁ ଖାରଜ କରିବା ସହ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

ତେବେ ଜଷ୍ଟିସ ଏସ୍ ମୁରଲୀଧର ଓ ଜଷ୍ଟିସ୍ ବିନୋଦ ଗୋଏଲ୍ଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ ପାଇଁ କୋର୍ଟ ସଜ୍ଜନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.