Latest Odisha News

BREAKING NEWS

ଆନ୍ଧ୍ର ଉପକୂଳରେ ‘ପିଥାଇ’ ଘୂର୍ଣ୍ଣିଝଡ଼, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ଅନୁଭୁତ ହେଉଥିବା ‘ପିଥାଇ’ ଘୂର୍ଣ୍ଣିଝଡ଼ ଏବେ ଆନ୍ଧ୍ର ଆଡ଼କୁ ମୁହାଁଉଛି । ସୋମବାର ଅପରାହ୍ନ ସୁଦ୍ଧା ଏହି ଘୂର୍ଣ୍ଣିଝଡ଼ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଉପକୂଳର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂତ୍ରରୁ ସୂଚନା ମିଳିଛି ।

ଏହାଫଳରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ତଥା ଓଡ଼ିଶାର କେତେକ ସ୍ଥାନରେ ବୃଷ୍ଟିପାତ ଜାରି ରହିଛି । ‘ପିଥାଇ’ ଘୂର୍ଣ୍ଣିଝଡ଼ର ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ଆଇଏମଡ଼ିର ସୂଚନାନୁଯାୟୀ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହା କ୍ରମେ ପଶ୍ଚିମ ଆଡ଼କୁ ମୁହାଁଇ କ୍ରମେ ଚେନ୍ନାଇ ଉପକୂଳର ଉତ୍ତର-ପୂର୍ବ ମୁହାଁ ହୋଇ ୩୨୦ କିମି. ପୂର୍ବର ଆନ୍ଧ୍ରର ମଚ୍ଛଲିପଟ୍ଟନମ୍ ଏବଂ କାକିନାଡ଼ା ଉପକୂଳର ୧୯୦ କିମି ଦୂର ଉତ୍ତରରେ ଅବସ୍ଥିତ ରହିଛି । ସୋମବାର ଅପରାହ୍ନ ସୁଦ୍ଧା ଏହା କାକିନାଡ଼ା ଉପକୂଳ ସ୍ଥଳଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି ।

‘ପିଥାଇ’ ଘୂର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବା ପୂର୍ବରୁ ଧିରେ ଧିରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ତେବେ ଏହା ମଚ୍ଛଲିପଟ୍ଟନମ ଏବଂ କାକିନାଡ଼ା ମଧ୍ୟବର୍ତ୍ତୀ ଉପକୂଳବର୍ତ୍ତୀ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୯୦ କିମି ବେଗରୁ ବୃଦ୍ଧି ହୋଇ କ୍ରମେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ପବନ ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛନ୍ତି ।

ଏହା ଫଳରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଓଡ଼ିଶାର ଅନ୍ୟ ଜିଲ୍ଲା ଯଥାକ୍ରମେ ପୁରୀ, ଗଞ୍ଜାମ ଏବଂ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।

ପଶ୍ଚିମ ଓଡ଼ିଶା ବିଶେଷକରି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ତଥା ନୁଆପଡ଼ା, ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହିସବୁ ସ୍ଥାନମାନଙ୍କରେ ‘ପିଥାଇ’ ଘୂର୍ଣ୍ଣିଝଡ଼ର ପ୍ରଭାବ ସମୟରେ ନିରାପଦ ସ୍ଥାନରେ ରହିବାକୁ ଜନସାଧାରଣଙ୍କୁ ସତର୍କ ସୂଚନା ଏବଂ ପରାମର୍ଶ କରିଛନ୍ତି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.