Latest Odisha News

BREAKING NEWS

ପଶ୍ଚିମ ଓଡିଶାରେ ‘କୋଶଳ ମହାବନ୍ଦ’ ଡାକରା, ଜନଜୀବନ ବାଧାପ୍ରାପ୍ତ

ସମ୍ବଲପୁର : ‘ସ୍ୱତନ୍ତ୍ର କୋଶଳ ରାଜ୍ୟ’ ଗଠନ ଦାବିରେ ଆଜି ‘କୋଶଳ ରାଜ୍ୟ ସମନ୍ୱୟ ସମିତି’ ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମ ଓଡିଶା ମହାବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ପଶ୍ଚିମ ଓଡ଼ିଶାର ପାଖାପାଖି ୧୦ଟି ଜିଲ୍ଲାରେ ପାଳନ ହେଉଛି । ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଦେଓଗଡ, ଝାରସୁଗୁଡା, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଏବଂ ଅନୁଗୁଳର ଆଠମଲ୍ଲିକ ଆଦି ଜିଲ୍ଲା । ଏହାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିବା ନେଇ ସୂଚନା ମିଳିଛି ।

ସମ୍ବଲପୁର ଜିଲ୍ଲାକୁ ଏହି ମହାବନ୍ଦରୁ ବାଦ ଦିଆଯାଇଥିବା ନେଇ କୋଶଳ ରାଜ୍ୟ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସୁନିଲ ପୁରୋହିତ ପ୍ରକାଶ କରିଛନ୍ତି ।

ସେହିପରି ବଲାଙ୍ଗିର ସହରରେ ବିକ୍ଷୋଭକାରୀମାନେ ବର୍ଷା ସତ୍ତେ୍ୱ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଏଥିସହିତ ଲୋକମାନଙ୍କୁ ବହୁଳ ସଂଖ୍ୟାରେ ବନ୍ଦରେ ସାମିଲ ହେବା ଲାଗି ଆନ୍ଦୋଳନକାରୀ ଆହ୍ୱାନ ଦେଇଛନ୍ତି । ଏହି ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ଲାଗି ପଡ଼ିଛନ୍ତି।

ଅନ୍ୟପକ୍ଷରେ ଝାରସୁଗୁଡ଼ାରେ ମଧ୍ୟ ରେଲୱେ ଷ୍ଟେସନ୍ ଛକ ନିକଟରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ବନ୍ଦ ପାଳନ ହେଉଛି । ଆହୁରି ମଧ୍ୟ କଳାହାଣ୍ଡି, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.