Latest Odisha News

BREAKING NEWS

ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲାରେ ୪ର୍ଥ ଥର ପାଇଁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

କଟକ: ବିଜୁ ଜନତା ଦଳର ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳହ ମାମଲାର ଶୁଣାଣି ଗୁରୁବାର କଟକ ଫ୍ୟାମିଲି କୋର୍ଟରେ ହୋଇଛି । ପୂର୍ବରୁ କୋର୍ଟ ଅନୁଭବ ମହାନ୍ତିଙ୍କ ବୟାନ ରେକର୍ଡ କରିସାରିଥିବା ବେଳେ ଗୁରୁବାର ଚତୁର୍ଥ ଥର ପାଇଁ ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ଗୁରୁବାର ଶୁଣାଣି ଶେଷ ହୋଇ ନ ପାରିବାରୁ କୋର୍ଟ ଆଉ ଏକ ତାରିଖ ଧାର୍ଯ୍ୟ କରିଥିଲେ ।

ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା କହିଛନ୍ତି, ଇଂରାଜୀ ବୁଝିବାରେ ସମସ୍ୟା ଥିବା ଦର୍ଶାଇ ବର୍ଷାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ । ତେବେ ଆମେ କୋର୍ଟଙ୍କ ଆଗରେ ଏହି ତଥ୍ୟ ରଖିଛୁ ଯେ ବର୍ଷା ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ତେଣୁ ସେ କହିପାରିବେ ନାହିଁ ଯେ ସେ ଇଂରାଜୀ ଜାଣନ୍ତି ନାହିଁ । ଲୁଥ୍ରା କହିଛନ୍ତି, ଆମର କୌଣସି ପ୍ରଶ୍ନକୁ ଅଦାଲତ ଅପ୍ରାସଙ୍ଗିକ ବୋଲି କହି ଅଗ୍ରାହ୍ୟ କରିନାହାନ୍ତି ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତବର୍ଷ ଅଗଷ୍ଟ ୩୦ରେ କୋର୍ଟ ବର୍ଷାଙ୍କୁ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତିଙ୍କ କଟକସ୍ଥିତ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେପ୍େଟମ୍ବର ୧୩ ତାରିଖରେ ବର୍ଷା କଟକ ଜିଲ୍ଲା ଜଜ୍ କୋର୍ଟଙ୍କୁ ଜଣାଇଥିଲେ ଯେ, ସେ ମାସକ ମଧ୍ୟରେ ଶ୍ୱଶୁର ଘର ଖାଲି କରିଦେବେ । ସେପ୍େଟମ୍ବର ୩୦ ତାରିଖରେ ଡେଡଲାଇନ ଶେଷ ହୋଇଥିବାରୁ ସେ ଘର ଖାଲି କରିଦେଇଥିଲେ ।

Leave A Reply

Your email address will not be published.