Latest Odisha News

BREAKING NEWS

ବିରୋଧୀ ଦଳ ନେତାଙ୍କୁ ବିଜେଡି ନେତାଙ୍କ ଖୋଲା ଧମକ, ବିଜେପି କହିଲା ସେ ଜଣେ ‘ଗୁଣ୍ଡା’

ଭୁବନେଶ୍ୱର: ଯେତେବେଳେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୁଲିସ ଅଧିକାରୀଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହଁ । ଏହି ସମୟରେ ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ବୟାନ ଏବେ ଶାସକ ଦଳ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧକୁ ଆହୁରି ତୀବ୍ର କରିଛି । ସମ୍ବିଧାନରେ ବିରୋଧୀ ଦଳ ନେତା ଜଣେ ଛାୟା ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଥିବା ବେଳେ ପୂର୍ବତନ ପୋଲିସ ଅଧିକାରୀ ତଥା ଏବେର ବିଜେଡି ନେତାଙ୍କର ଏପରି ଧମକକୁ ନେଇ ପ୍ରଶ୍ନ ଉଠିଛିା

ଗୁରୁବାର ଭୁବନେଶ୍ୱରରେ ବିଜେଡିର ବିକ୍ଷୋଭ ସମୟରେ ଏକ ସଭାରେ ଉଦବୋଧନ ଦେଉଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ ଧମକ ଦେଇଛନ୍ତି ପୂର୍ବତନ ଆଇପିଏସ୍ ଅଧିକାରୀ । ସେ କହିଛନ୍ତି, ଯେଉଁ ବ୍ୟକ୍ତି ଠେଲାପେଲା କରୁଥିବା ଦେଖାଯାଇଥିଲା, ସେ ଏବେ ଆମ ବିରୋଧରେ ସମାନ ପରିସ୍ଥିତିରେ ସାମ୍ନାସାମ୍ନି ହୋଇନାହାନ୍ତି । ଯଦି ଏପରି ହୁଏ ତେବେ ପରିଣାମ କ’ଣ ହେବ ତାହା ସେ ଭଲ ଭାବେ ବିଚାର କରିପାରିବେ ବୋଲି ଅରୁପ ପଟ୍ଟନାୟକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏବେ ୟୁନିଫର୍ମରେ ନାହିଁ ଏବଂ ଆଶା କରୁଛି ଯେ ବ୍ୟକ୍ତି ମୋତେ ସାମ୍ନା କରିବେ । ଏପରି କହି ସେ ବିତର୍କକୁ ଆହୁରି ବଢାଇଛନ୍ତି ।

ଅରୂପ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ବିରେଧୀ ଦଳ ନେତାଙ୍କ ପଦ ଅତ୍ୟନ୍ତ ସମ୍ମାନଜନକ । କିନ୍ତୁ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଏଭଳି ବୟାନ ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହା ଜଣେ ପୂର୍ବତନ ପୁଲିସ ଅଧିକାରୀଙ୍କ ବଦଳରେ ଜଣେ ଗୁଣ୍ଡାଙ୍କ ଠାରୁ ଆସିଛି ।

ସେ ଆହୁରି କହିଛନ୍ତି, ଯେଉଁଭଳି ଭାବେ ନବ ଦାସଙ୍କୁ ହତ୍ୟା କରାଯାଇଛି ଏବଂ ଝାରସୁଗୁଡ଼ା କିମ୍ବା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇନାହିଁ, ଆମେ ସନ୍ଦେହ କରୁଛୁ ଯେ, ସବୁକିଛି ପୂର୍ବ ଯୋଜନା ମୁତାବକ ହୋଇଛି ।

ଓଡ଼ିଶା ପୋଲିସ ଏବେ ଶାସକ ବିଜେଡିର ଗୁଣ୍ଡା ଭାବେ କାମ କରୁଛି । ଏଭଳି ପରିସ୍ଥିତିରେ ଗତକାଲି ଯେଉଁଭଳି ଭାବେ ପୁରା ବିବାଦ ସୃଷ୍ଟି ହୋଇଥିଲା ଏବଂ ଏବେ ବିଜେଡିର ବରିଷ୍ଠ ନେତାଙ୍କ ବୟାନ ଏହାକୁ ଯଥାର୍ଥ ପ୍ରମାଣିତ କରିଛିା ତାହା ବିରୋଧୀ ଦଳ ନେତାଙ୍କ ଜୀବନ ପ୍ରତି ବିପଦ ଥିବା ସ୍ପଷ୍ଟ ହୋଇଛି ବୋଲି ଗୋଲକ ମହାପାତ୍ର କହିଛନ୍ତିା

Leave A Reply

Your email address will not be published.