Latest Odisha News

BREAKING NEWS

ଇଷ୍ଟର୍ଣ୍ଣ ଲଦାଖରେ ଅସ୍ତିତ୍ବ ହରାଉଛି ଭାରତ, ୨୬ଟି ପାଟ୍ରୋଲିଂ ପଏଣ୍ଟରେ ନାହିଁ ସେନାର ଅବସ୍ଥିତି

ନୂଆଦିଲ୍ଲୀ : ଇଷ୍ଟର୍ଣ୍ଣ ଲଦାଖରେ ଭାରତ ହରାଉଛି ଅସ୍ତିତ୍ବ ।୨୬ଟି ପାଟ୍ରୋଲିଂ ପଏଣ୍ଟରେ ନାହିଁ ସେନାର ଅବସ୍ଥିତି । ଲଦାଖର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ୬୫ ପ୍ଲସପଏଣ୍ଟରୁ ୨୫ଟିରେ ଭାରତ ନିୟନ୍ତ୍ରଣ ହରାଇଛି ।

ଚୀନ ସହ ସୀମା ବିବାଦକୁ ନେଇ ତିକ୍ତତା ଲାଗି ରହିଥିବା ବେଳେ ସୀମା ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । କାରାକୋରମ ପାସଠାରୁ ଚୁମୁର ମଧ୍ୟରେ ୬୫ଟି ଫ୍ଲାସ ପଏଣ୍ଟ ରହିଛି । ୩୫ଶହ କିଲୋମିଟର ସୀମାଞ୍ଚଳରେ ଭାରତୀୟ ସିକ୍ୟୁରିଟି ଫୋର୍ସ ପକ୍ଷରୁ ପେଟ୍ରୋଲିଂ କରାଯାଇଥାଏ ।

ହେଲେ କିଛି ଦିନ ଧରି ପ୍ରହରା ଦିଆଯାଉ ନଥିବାରୁ ୨୫ଟି ପ୍ଲସପଏଣ୍ଟ ଉପରୁ ଭାରତ ନିୟନ୍ତ୍ରଣ ହରାଇଛି ବୋଲି  ଲେହ ଲଦାଖ ଏସପି ପିଡି ନିତ୍ୟ କହିଛନ୍ତି ।

 

 

 

Leave A Reply

Your email address will not be published.