Latest Odisha News

BREAKING NEWS

ଚର୍ଚ୍ଚାରେ ଅନୁପମଙ୍କ ୫୩୯ ତମ ଫିଲ୍ମ

ମୁମ୍ବାଇ: ବଲିଉଡର ଅଲରାଉଣ୍ଡର କଳାକାର ଅନୁପମ ଖେରଙ୍କ ନୂତନ ଫିଲ୍ମ ସମସ୍ତଙ୍କୁ ଆକୃଷ୍ଟ କରିଛି । ଅନୁପମ ତାଙ୍କ ୫୩୯ତମ ଫିଲ୍ମର ଘୋଷଣା ଅବସରରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଅନୁପମ ନାଗ ସାପରେ ଭରପୂର ଏକ ସିଂହାସନରେ ବସିଛନ୍ତି । ସେ ଲେଖିଛନ୍ତି ଯେ, ଏହା କୌଣସି ପୌରାଣିକ କଥା କିମ୍ବା ମହାକାବ୍ୟ ଉପରେ ଆଧାରିତ ନୁହେଁ । ଏହା କିନ୍ତୁ ଭାରତର ସବୁଠାରୁ ବଡ ମଲ୍ଟି ଲାଙ୍ଗୁଏଜ ଫାଂଟାସି କାହାଣୀ ଉପରେ ଆଧାରିତ । ଏଥର ଅନୁମାନ କରି କୁହନ୍ତୁ ଏହା କାହା ଉପରେ ପର୍ଯ୍ୟବେଶିତ । ୨୪ ଅଗଷ୍ଟରେ ଫିଲ୍ମ ସମ୍ପର୍କରେ ମୁଁ ଆପଣମାନଙ୍କୁ ବିସ୍ତୃତ ଭାବେ ଜଣାଇବି ।

BjdElectrycity

ଏହାର ମେକର୍ସ, ସହକାରୀ ଅଭିନେତା, ଅଭିନେତ୍ରୀ ଓ କାହାଣୀ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ଅନେକ ୟୁଜର୍ସ ଏ ନେଇ ମତ ଦେବା ଆରମ୍ଭ କରିଛନ୍ତି । ଶକ୍ତିମାନ, ଚନ୍ଦ୍ରକାନ୍ତା, ନାଗରାଜ ଓ ନାଗିନ କାହାଣୀ ଉପରେ ଏହା ଆଧାରିତ ବୋଲି ସେମାନେ କହିଛନ୍ତି । ଅନୁପମ ଏହାକୁ ପସନ୍ଦ କରିଥିଲେ ମଧ୍ୟ ଏହା ସତ ନୁହେଁ ବୋଲି କହିଛନ୍ତି । ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.