Latest Odisha News

BREAKING NEWS

ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ ଖେର

ପୁରୀ : ଜଗାଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତା ଅନୁପମ ଖେର । କହିଲେ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ଦର୍ଶନ କରିଛି  । ନିକଟରେ ଶିବିଶାସ୍ତ୍ରୀ ବଲବଆ ଫିଲ୍ମ ରିଲିଜ ହେବାକୁ ଥିବାବେଳେ ଦେଖିବାକୁ ସମସ୍ତଙ୍କୁ କହିଛନ୍ତି । ଶ୍ରୀମନ୍ଦିରରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି  । ଅଭିନେତା ଅନୁପମ୍‌ ଖେର୨୦୨୩ ବର୍ଷର ଆରମ୍ଭରୁ ଏବଂ ପରବର୍ତ୍ତୀ ବର୍ଷ ଗୁଡିକରେ ସମସ୍ତ ତୀର୍ଥସ୍ଥଳୀରେ ଦର୍ଶନ କରିବାକୁ ତାଙ୍କର ଇଛା ରହିଛି । ତୀର୍ଥସ୍ଥଳୀ ମାନଙ୍କରେ ରହିଥିବା ଶିକ୍ଷାକୁ ଗ୍ରହଣ କରି ସେ ନିଜକୁ କୃତାର୍ଥ ମନେ କରିଛନ୍ତି ।

ଏଥିସହ ଶ୍ରୀମନ୍ଦିରରେ ୧୨୨ ନୀତି ଏବଂ ମହାପ୍ରଭୁଙ୍କ ମାନବୀୟ ଲୀଳା କଥା ଶୁଣି ନିଜକୁ କୃତାର୍ଥ ମନେ କରିଥିବା କଥା କହିଛନ୍ତି । 10 ତାରିଖରେ  ଶିବିଶାସ୍ତ୍ରୀ ବଲବୋଆ ଫିଲ୍ମ ହେବାକୁ ଥିବାବେଳେ ଦେଖିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି। ଅନୁପମଙ୍କ ଅଭିନୀତ ib71, signature,କାଗଜ2, nauataki ଭଳି ଫିଲ୍ମ ଶୁଟିଂ ଶେଷ ହୋଇଥିବା ବେଳେ ଶିବ ଶାସ୍ତ୍ରୀ ବଲବୋଆ ରିଲିଜ ହେବା ଅପେକ୍ଷାରେ ରହିଛି ।ସେପଟେ ତେଲୁଗୁ ଫିଲ୍ମ ଜାର୍ତ୍ତିକେୟ 2 ମଧ୍ୟ ସଫଳତା ସାଉଁଟିଛି ।

Leave A Reply

Your email address will not be published.