ବ୍ରହ୍ମପୁର: ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପାଦଦେଶର ସମୁଦ୍ର ବେଳାଭୂମିରେ ସ୍ନାନ ବେଳେ ୩ଜଣ ଛାତ୍ର ସୋମବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ହୁମ୍ମା ଚନ୍ଦ୍ରଶେଖର ସାହିର ରବୀନ୍ଦ୍ର ସ୍ୱାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ (୧୫) l ମିଳିଥିବା ସୂଚନା ମୁତାବକ ସୋମବାର ଅପରାହ୍ନରେ ଜଗନ୍ନାଥ ଓ ତାଙ୍କର କେତେକ ସାଙ୍ଗ ବଟେଶ୍ୱର ମହାଦେବ ପୀଠ ସନ୍ନିକଟ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସ୍ନାନ ବେଳେ ତିନିଜଣ ଛାତ୍ର ଉଚ୍ଚ ଜୁଆରରେ ଗଭୀର ଜଳରାଶି ଭିତରକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋେକ କଷ୍ଟ ସ୍ବୀକାର କରି ତିନିଜଣଙ୍କୁ ଉଦ୍ଧାର କରିଥିଲେ l ହେଲେ ସେତେବେଳକୁ ଜଗନ୍ନାଥ ସଂଜ୍ଞାହୀନ ହୋଇଯାଇଥିଲେ l ଜଗନ୍ନାଥଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପରିବାର ଲୋକେ ପହଞ୍ଚିବା ପରେ ଅଭାବନୀୟ ସ୍ଥିତି ଉପୁଜିଥିଲା। ମୃତ ପୁଅର ଚକ୍ଷୁଦାନ କରିବାକୁ ବାପା ରବୀନ୍ଦ୍ର ସ୍ୱାଇଁ ଘୋଷଣା କରିଛନ୍ତି l ମୃତ ଛାତ୍ର ଜଣକ ହୁମ୍ମା ବୀରଭଦ୍ର ହାଇସ୍କୁଲର ଦଶମ ଶ୍ରେଣୀରେ ପଢୁଥିଲେ।
BREAKING NEWS
- ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ
- ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ

Comments are closed.