Latest Odisha News

ବିରୁଷ୍କାଙ୍କ ପଡୋଶୀ ହେବେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ଡିସେମ୍ବର ୯ରେ ବଲିଉଡ ଅଭିନେତା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଅବସରରେ ଅନୁଷ୍କା ଶର୍ମାଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଲେଖିଛନ୍ତି ଭିକ୍କି ଏବଂ କ୍ୟାଟ୍ରିନା ଖୁବ ଶୀଘ୍ର ଆମ ପଡୋଶୀ ହେବାକୁ ଯାଉଛନ୍ତି । ଜୀବନକାଳ ଉଭୟ ଏକତ୍ର ରହନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଶୀଘ୍ର ଘରକୁ ଶିଫ୍ଟ କଲେ ଆମେ କନଷ୍ଟ୍ରକସନ ଶବ୍ଦରୁ ରକ୍ଷା ପାଇବୁ ।

ଜୁହୁର ଏକ ସି-ଫେସିଂ ବିଲ୍ଡିଂରେ ଭିକ୍କି-କ୍ୟାଟ୍ରିନା ରହିବେ । ଏହି ବିଲ୍ଡିଂର ୮ମ ମହଲାରେ ୯ ଲକ୍ଷ ପ୍ରତି ମାସରେ ୫ ବର୍ଷ ପାଇଁ ଆପାର୍ଟମେଂଟ ଭଡାରେ ନେଇଛନ୍ତି । ସୂଚନାଯୋଗ୍ୟ, ଅନୁଷ୍କା ଏବଂ କ୍ୟାଟ୍ରିନା ଜବ ତକ ହେ ଜାନ ଓ ଜୀରୋ ଫିଲ୍ମରେ ଏକତ୍ର ଅଭିନୟ କରିଛନ୍ତି ।

Leave A Reply

Your email address will not be published.