Latest Odisha News

BREAKING NEWS

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୮୬କରୋନା ପଜିଟିଭ୍ ଚିହ୍ନଟ, ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ୧୬୮ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୧୮ଜଣ ସ୍ଥାନୀୟ ସଂକ୍ରମଣରୁ ବାହାରିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୪୦ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୨୪ଘଣ୍ଟା ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୩ଜଣ, କଟକରୁ ୧୭ଜଣ, ଢ଼େଙ୍କାନାଳରୁ ୯ଜଣ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ୩ଜଣ, ଯାଜପୁରରୁ ୪ଜଣ, ଝାରସୁଗୁଡ଼ାରୁ ୫ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୧୪୭ଜଣ, ମୟୁରଭଞ୍ଜରୁ ୨୧ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୮ଜଣ, ସମ୍ବଲପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୧୫ଜଣ, ଷ୍ଟେଟ ପୁଲରୁ ୩୪ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୫୧ହଜାର ୨୪୧ଜଣ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦ ଲକ୍ଷ ୪୦ହଜାର ୬୨୦ଜଣ ସୁସ୍ଥ ଅଛନ୍ତି । ୨୧୩୭ଜଣ ସକ୍ରିୟ ସଂକ୍ରମଣ ହୋଇଛନ୍ତି । ସେପଟେ ରାଜ୍ୟରେ କରୋନାରେ ଆଉ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୨ଜଣ, ବରଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୮,୪୩୧ରେ ପହଞ୍ଚିଛି ।

Leave A Reply

Your email address will not be published.