Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ବର୍ଷ ସଫଳତାର ସହିତ ଶାସନ କରନ୍ତୁ: ଦାମ ରାଉତ

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ଦାମୋଦର ରାଉତ ବୁଧବାର ଦିନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟାକାରୀ ହେଉଥିବା ୫-ଟି କାର୍ଯ୍ୟକ୍ରମକୁ ଯେକୌଣିସି ଅଫିସର ଚଳାଇପାରିବେ । ଦାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଓ ତାଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି ।

୫-ଟି ପରି ସଫଳ ପରିଯୋଜନାର ଶ୍ରେୟ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଦିଆଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ବରିଷ୍ଠ ନେତା ଦାମ କହିଛନ୍ତି ଯେ, “ସରକାରଙ୍କ ୫-ଟି ପରିଯୋଜନା ଏକ ଚାବିକାଠି ମାତ୍ର ଏହାକୁ କିଏ ଧରିଛି ତାହା ସେମିତି ବଡ଼ କଥା ନୁହେଁ ।”

ଲାଞ୍ଚ ଅଭିଯୋଗରେ ଆଇଏଏସ ଅଧିକାରୀ ତଥା ସରକାରଙ୍କ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରାଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେ ଯେତେବେଳେ କୃଷି ମନ୍ତ୍ରୀ ଥିଲେ ସେତେବେଳେ ଏହି ଉଦ୍ୟାନ ବିଭାଗରେ ବ୍ୟାପକ ଦୁର୍ନୀତି ନେଇ ସରକାରଙ୍କୁ ଅବଗତ କରିଥିଲେ । “ମାତ୍ର ସେତେବେଳେ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ବର୍ତ୍ତମାନ ‘ମୋ ସରକାର’ ଏବଂ ୫-ଟି ପରିଯୋଜନାରେ ଏହି ସବୁ ଲାଞ୍ଚୁଆ ଅଧିକାରୀ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।”

ଆଶ୍ଚର୍ଯ୍ୟଜନକ ଭାବେ ବରିଷ୍ଠ ରାଜନେତା ଦାମ ରାଉତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାକୁ ମଧ୍ୟ ପଛାଇନାହାନ୍ତି । ନୂଆବର୍ଷ ଅବସରରେ ନବୀନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି, ସେ ଆହୁରି ଅଧିକ ବର୍ଷ ପର୍ଯ୍ୟନ୍ତ ସଫଳତାର ସହିତ ଶାସନ କରନ୍ତୁ ।”

ଦାମ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମଧୁର ଭାଷୀ ବ୍ୟକ୍ତିତ୍ୱ ଏବଂ ସେ ମାପଚୁପ କରି କଥାବାର୍ତ୍ତାର କରିଥାଆନ୍ତି ।

ଦାମଙ୍କ ରାଜନୈତିକ ଉତଥାନ ଓ ପତନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ସେ ରାଜନୈତିକ ଜୀବନରେ ଦୁଇଟି ବଡ଼ ଭୂଲ୍ କରିଛନ୍ତି । ଗୋଟିଏ ହେଲା ସେ ବିଜେପିରେ ମିଶି ବଡ଼ ଭୂଲ୍ କରିଛନ୍ତି ଏବଂ ଦ୍ୱିତୀୟରେ ହେଲା ସେ ଗତ ବିଧାନସଭା ନିର୍ବାଚନ ଲଢିବା ।

Leave A Reply

Your email address will not be published.