Latest Odisha News

BREAKING NEWS

ଏକ୍ରାମ କ୍ଷେତ୍ର ବୁଲି ଦେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଓ ପରିପାଶ୍ୱର୍ରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଆଜି ଏକାମ୍ରକ୍ଷେତ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର ସାଂସଦ ।

ରାଜ୍ୟ ସରକାର କିପରି ନିଷିଦ୍ଧାଞ୍ଚଳରେ ନିୟମ ଭଙ୍ଗ କରି ପୁରାତନ କୀର୍ତିରାଜି ଗୁଡିକର କ୍ଷତି କରିଛନ୍ତି, ତାହା ଗୋଟି ଗୋଟି କରି ସାଂସଦଙ୍କୁ ବୁଲି ଦେଖାଇଛନ୍ତି ଏଏସଆଇ ନିର୍ଦ୍ଦେଶକ । 

ଏହି ଅବସରରେ ଅପରାଜିତା ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି କାର୍ଯ୍ୟକଳାପ କେବଳ ନୀତି ନିୟମ ଭାଙ୍ଗି କରାଯାଇଛି, ତାହା ନୁହେଁ ବରଂ ଓଡିଶାର ପୁରାତନ କୀର୍ତିରାଜି ଏବଂ ସଂସ୍କୃତିକୁ କୁଠାରଘାତ କରାଯାଇଛି, ଯାହା ଅତ୍ୟନ୍ତ ପୀଡା ଦାୟକ ।

Leave A Reply

Your email address will not be published.