ଭୁବନେଶ୍ବର: ସିଏପିଏଫ ମୁତୟନ ପାଇଁ ଅପରାଜିତାଙ୍କ ଚିଠି । ଭୋଟ ରିଗିଂ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏହି ଚିଠିରେ ଲେଖିଛନ୍ତି, ଦୁଇ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ପୋଲିଂ ଷ୍ଟେସନରେ ରିଗିଂ ହେବାକୁ ଯାଉଛି । ଯାହା ତାଙ୍କର ସୋର୍ସ ଦ୍ଵାରା ସେ ଜାଣିବାକୁ ପାଇଛନ୍ତି । ଉକ୍ତ ପୋଲିସ ଅଧିକାରୀ ଦୁଇଜଣ ହେଲେ ଅତିରିକ୍ତ ଏସପି ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହା ସହିତ ମଧ୍ୟ ଭୁବନେଶ୍ୱର, ୱାର୍ଡ ନମ୍ଵର-୪୬, ବାୟାବାବା ମଠ ଅଞ୍ଚଳ, ଏବଂ ସହିଦନଗର, ୟୁନିଟ-୮, ମାଳି ସାହି, ଏବଂ ଖୋର୍ଦ୍ଧା ମୁନିସିପାଲଟି ଅଞ୍ଚଳ ଉପରେ ଅଧିକ ନଜର ରଖିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ତଥା ସିଏପିଏଫଙ୍କୁ ନିୟୋଜିତ କରିବା ପାଇଁ ଅନୁରୋଧ କରିଛନ୍ତି ଅପରାଜିତା । ଏହା ସହିତ ସେ ଏହି ସମାନ ଚିଠି ମୁଖ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଦେଇଛନ୍ତି ।
BREAKING NEWS
- ସମ୍ବଲପୁରରେ ଏସଟିଇଏମ୍ ଶିକ୍ଷା ନିମନ୍ତେ ଆଦିତ୍ୟ ଆଲୁମିନିୟମ ଦ୍ୱାରା ମିନି ସାଇନ୍ସ ସେଣ୍ଟର ସ୍ଥାପନ
- ରାଜ୍ୟରେ ନକଲି ଶିକ୍ଷକ ତଦନ୍ତର ସବିଶେଷ ବିବରଣୀ ମାଗିଲେ ହାଇକୋର୍ଟ
- ଆଇପିଏଲରେ ୧୦୦୦ ରନ ପୂର୍ଣ୍ଣ କରିବା ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ଲାଗିଲା ୧୬ ବର୍ଷ
- କାଶ୍ମୀରର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ; ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
- ପୁଣି ବିବାଦରେ ବାବା ରାମଦେବ, କଡ଼ା ସମାଲୋଚନା କଲେ କୋର୍ଟ
- ଶ୍ରୀନଗରରେ ପହଞ୍ଚିଲେ ଅମିତ ଶାହ ; ପିଏମ କହିଲେ’ସେମାନଙ୍କୁ ଛଡ଼ା ଯିବ ନାହିଁ’
- ଇଂଲଣ୍ଡ ଗସ୍ତରେ ରୋହିତ ଅଧିନାୟକ ହେବା ନିଶ୍ଚିତ: ରିପୋର୍ଟ
- ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଓଡ଼ିଆ ପର୍ଯ୍ୟଟକଙ୍କ ଜୀବନ ଗଲା
- କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ
- ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଚାଇନିଜ୍ ଆପକୁ ହଟାଯାଉ; ଭାରତ ସରକାର ଦେଲେ ଆଦେଶ
Comments are closed.