Latest Odisha News

BREAKING NEWS

‘ନବୀନଙ୍କ ନାଁ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ୱାର୍ଡମେମ୍ବର ଜିତିବାର କ୍ଷମତା ନାହିଁ’

ଭୁବନେଶ୍ବର: ଆଜି ବିଜେପି ରେ ଯୋଗଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକସଭା ସାସଂଦ ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ବିଜେଡିର ଦୁଇ ହେଭିଓ୍ବେଟ୍ ନେତା ବିଜେପିରେ ସାମିଲ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

ବିଜେଡି ସାମସଦ ମୁନ୍ନା ଖାଁ କହିଛନ୍ତି, ‘ନବୀନଙ୍କ ବିନା ଦୁଇ ଜଣଙ୍କର କିଛି ନିଜସ୍ୱ ନାହିଁ । ନବୀନଙ୍କ ନାଁ ବିନା ଏମାନେ ୱାର୍ଡ ମେମ୍ବର ଟିଏ ଜିତାବର ମଧ୍ୟ ସାମର୍ଥ୍ୟ ନାହିଁ । ଜଣେ ୨୬ ବର୍ଷର ସାଂସଦ ଥିବାବେଳେ ଅନ୍ୟ ଜଣେ ୧୦ ବର୍ଷ ସାଂସଦ ଥିଲେ । ବିଜେଡି ଏବଂ ନବୀନ ବାବୁଙ୍କ ଦୟାରୁ ସେମାନେ ନିର୍ବାଚିତ ହୋଇଥିଲେ’ ।

ମୁନ୍ନା ଖାଁ ଆହୁରି କହିଛନ୍ତି, ‘ବିଜେପି ଖୁବ୍ କମ ଦିନରେ ଜାଣିଯିବ ଉଭୟ ଭର୍ତ୍ତୃହରି ଓ ସିଦ୍ଧାନ୍ତ ଦଳ ପାଇଁ କେତେ ଉପଯୋଗୀ । ସେମାନଙ୍କର କିଛି ଓଜନ ନାହିଁ । ଉଭୟ ହେଉଛନ୍ତି ବିଗ୍ ଜିରୋ । ନବୀନ ବାବୁ ବହୁତ ଥର ଏମାନଙ୍କୁ ସାଂସଦ କଲେ । ସେମାନେ ଆଜି ନବୀନ ବାବୁଙ୍କୁ ଛାଡି ବିଜେପିରେ ମିଶି ବଡ ଧୋକାବାଜ କାମ କରିଛନ୍ତି । ସେମାନେ ତା’ର ଫଳ ନିଶ୍ଚୟ ଭୋଗିବେ’।

୧୦ ବର୍ଷ ଧରି ସାଂସଦ ଥିବା ନେତା ସିଦ୍ଧାନ୍ତ ମହାପାତ୍ର ଦିନେ ହେଲେ ଓଡ଼ିଶାର ଦାବିକୁ ଦିନେ ହେଲେ ସଂସଦରେ ଉଠାଇ ନାହାନ୍ତି । ଦଳ ତାଙ୍କ ଉପରେ ଦୟା ଦେଖାଇକି ତାଙ୍କୁ ଦ୍ବିତୀୟ ଥର ସାଂସଦ କରିଥିଲା । ଉଭୟ ବିଜେଡି ଛାଡିଥିଲେ ମଧ୍ୟ ଏହାର ପ୍ରଭାବ ଦଳ ଉପରେ ଆଦୌ ପଡିବ ନାହିଁ ବୋଲି ମୁନ୍ନା ଖାଁ କହିଛନ୍ତି ।

Leave A Reply

Your email address will not be published.