Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ଓ ଏକାମ୍ର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀ ଓ ଏକାମ୍ର କ୍ଷେତ୍ରର ବିକାଶ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅପରାଜିତା । ଚିଠିରେ ଅପରାଜିତା ଦର୍ଶାଇଛନ୍ତି ଯେ, ପୁରୀରେ ଐତିହ୍ୟର ବିକାଶ ନାଁରେ ମଠର ଉଚ୍ଛେଦ କରାଯାଇ ଜଗନ୍ନାଥ ସଂସ୍କୃତି ସହିତ ସମ୍ପର୍କ ରଖୁଥିବା ପ୍ରାଚୀନ ଐତିହ୍ୟକୁ ନଷ୍ଟ କରାଯାଇଛି । ଏହା କରିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ପରାମର୍ଶ ଦେଇଥିଲା ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରଛନ୍ତି ଅପରାଜିତା ।

ସେହିପରି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଭୁବନେଶ୍ବରରେ ଶୁକ-ସାରି ମନ୍ଦିର ନିକଟରେ ଖନନ ବେଳେ କିଛି ପ୍ରାଚୀନ କୀର୍ତ୍ତିରାଜି ମିଳିଥିଲେ ବି ଏହାର ସୁରକ୍ଷା ଦିଗରେ ସରକାର କିପରି ଯତ୍ନବାନ ଅଛନ୍ତି ତାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନାହିଁ । ଏସବୁର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରି ଅନୁସନ୍ଧାନ କରାଯାଉ ବୋଲି କହିଛନ୍ତି ଅପରାଜିତା ।

Leave A Reply

Your email address will not be published.