Latest Odisha News

BREAKING NEWS

କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ମାଷ୍ଟରକ୍ୟାଣ୍ଟିନ ଠାରେ ଆପ୍ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ଵର: ଗତକାଲି (ଗୁରୁବାର) ରାତି ୯ଟା ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଯାହାକୁ ବିରୋଧ କରି ରାଜଧାନୀ ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ରାତି ସାରା ଆପ୍ କର୍ମୀଙ୍କ ବିକ୍ଷୋଭ ପ୍ରତିବାଦ ଜାରି ରହିଛି । ତେବେ ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆପ୍ ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ, ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗତ ଦୁଇ ବର୍ଷ ଧରି ଇଡି ଦ୍ଵାରା ଯାଞ୍ଚ ଚାଲିଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ । ମାତ୍ର ନିର୍ବାଚନ ପୂର୍ବରୁ ଇଲୋକ୍ଟ୍ରାଲ ବଣ୍ଡ ଦୁର୍ନୀତି ପଦାକୁ ଆସିବା ପରେ ମୋଦି ସରକାର ଇଲୋକ୍ଟ୍ରାଲ୍ ବଣ୍ଡ ଦୁର୍ନୀତି ରୁ ଧ୍ୟାନ ହଟାଇବା ପାଇଁ ଆକ୍ରୋଶ ମୂଳକ ଭାବରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରିଥିବା କହିଛନ୍ତି ନିଶିକାନ୍ତ ମହାପାତ୍ର ।

ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଭାରତ ଗଣତନ୍ତ୍ର ଇତିହାସରେ ଏକ ଦୁର୍ଭାଗ୍ୟଜନକ ଘଟଣା । ଏହି ଗିରଫଦାରୀକୁ ଭାରତ ବର୍ଷର ସମସ୍ତ ବିରୋଧୀ ଦଳ ନିନ୍ଦା କରିଛନ୍ତି । ଏହି ଗିରଫ ପ୍ରତିବାଦରେ ଦେଶ ସାରା ଆମ୍ ଆଦମୀ ପାର୍ଟି ର କର୍ମୀ ମାନେ ଆନ୍ଦୋଳନକୁ ଆସି ଯାଇଛନ୍ତି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆପ୍ ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି ।

Comments are closed.