Latest Odisha News

BREAKING NEWS

ଓସ୍କାର ବିଜେତା ଏ. ଆର୍ ରହମାନଙ୍କୁ ମିଳିଲା ଆଉ ଏକ ସମ୍ମାନ; ‘ବ୍ରେକ୍‌ଥ୍ରୋ ଇଣ୍ଡିଆ’ର ନୂତନ ରାଷ୍ଟ୍ରଦୂତ ହେଲେ ରହମାନ୍‌

ନୂଆଦିଲ୍ଲୀ: ଓସ୍କାର ବିଜେତା ଏ. ଆର୍ ରହମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି। ସଂଗୀତ ଶିଳ୍ପକୁ ଏକ ଭିନ୍ନ ସ୍ତରକୁ ନେଇଥିବା ଏ. ଆର୍ ରହମାନ ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟ ଦ୍ୱାରା ‘ବ୍ରେକ୍‌ଥ୍ରୋ ଇଣ୍ଡିଆ’ର ରାଷ୍ଟ୍ରଦୂତ ଭାବରେ ମନୋନୀତ ହୋଇଛନ୍ତି। ନେଟଫ୍ଲିକ୍ସ ସହିତ ମିଳିତ ଭାବରେ ‘ବାଫ୍‌ତା’ (BAFTA) ଏହି ପଦକ୍ଷେପ ଗ୍ରହଣ କରିଛି। ଏହା ଅଧୀନରେ, ଭାରତରେ ଏଭଳି କଳାକାରମାନଙ୍କ ସନ୍ଧାନ କରାଯିବ, ଯେଉଁମାନେ ଦକ୍ଷ ଏବଂ କିଛି କରିବାର କ୍ଷମତା ରଖିଛନ୍ତି।

BAFTA ଏବଂ ନେଟଫ୍ଲିକ୍ସର ଉଦ୍ୟମ ମାଧ୍ୟମରେ ଚଳଚ୍ଚିତ୍ର, ଟିଭି କିମ୍ବା କ୍ରୀଡା ଜଗତର ପାଞ୍ଚଜଣ ପ୍ରତିଭାବାନ ବ୍ୟକ୍ତି ଭାରତରେ ଦେଖିବାକୁ ମିଳବ। ଏହି ପାଞ୍ଚ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କ ପ୍ରତିଭାକୁ ଆହୁରି ବଢାଇବାରେ ଏହା ସାହାଯ୍ୟ କରିବ। ଏହା ସହିତ, ସେମାନଙ୍କୁ ଆନ୍ତର୍ଜାତୀୟ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରାଯିବ ଏଥି ସହିତ, ଏ. ଆର୍‌ ରହମାନ BAFTA ର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏବଂ ଏହାକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଦେଶରେ ନୂତନ ପ୍ରତିଭା ପାଇବାକୁ ସେ ବହୁତ ଉତ୍ସାହିତ ଅଛନ୍ତି।

ଏ. ଆର୍ ରହମାନ ରାଷ୍ଟ୍ରଦୂତ ଭାବରେ ନିର୍ବାଚିତ ହେବା ପରେ କହିଛନ୍ତି, “ବିଶ୍ବ ସ୍ତରରେ ଭାରତରୁ ମନୋନୀତ ପ୍ରତିଭା ଦେଖି ମୁଁ ଉତ୍ସାହିତ। BAFTA ଏବଂ ନେଟଫ୍ଲିକ୍ସ ଦ୍ୱାରା ସମର୍ଥିତ ପ୍ରତିଭାବାନ କଳାକାରମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ଆପଣ ଆମ ସହ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇବେ, କିନ୍ତୁ ‘BAFTA’ ବିଜେତା ତଥା ମନୋନୀତ ବ୍ୟକ୍ତିତ୍ୱଙ୍କ ସହିତ ମଧ୍ୟ ପରାମର୍ଶ କରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.