Latest Odisha News

BREAKING NEWS

ଆଗାମୀ ୧୨ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼

ନୂଆଦିଲ୍ଲୀ: ବଙ୍ଗାପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ । ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟି ଡିପ୍ରେସନ ଅଧୀକ ଘନୀଭଊତ ହୋଇ ଡିପ ଡିପ୍ରେସନରେ (ଗଭୀର ଅବପାତ) ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟାରେ ନେବ ସାଇକ୍ଲୋନିକ ଷ୍ଟର୍ମ (ସାମୁଦ୍ରିକ ଝଡ଼) ରୂପ । ଗତ ୬ ଘଣ୍ଟା ହେବ ଏହା ପଶ୍ଚିମ ଦିଗକୁ ଗତି କରୁଛି । ସମ୍ଭାବ୍ୟ ବାତ୍ୟାର ନାଁ ରହିବ ‘ବୁରେଭୀ’ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଡିପ୍ରେସନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟା କିମ୍ୱା ରାତିରେ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ । ତାପରେ ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୩ ତାରିଖ ସକାଳ ବେଳକୁ ତାମିଲନାଡୁର କୋମୋରିନ୍ ଅଞ୍ଚଳ ଆଡକୁ ଆସିବ ।

ଏହାର ପ୍ରଭାବରେ ତାମିଲନାଡୁର ଦକ୍ଷିଣ ଭାଗରେ ଆଜି ଓ ୪ ତାରିଖ ଏବଂ କେରଳର ଦକ୍ଷିଣାଞ୍ଚଳରେ ଆସନ୍ତାକାଲି ଓ ୪ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ବି ବର୍ଷା ହେବ । ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଦିନ ଦୁଇ ଦିନ ଭିତରେ ରାଜ୍ୟରେ ଶୀତ ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.