Latest Odisha News

BREAKING NEWS

କରୋନାଭାଇରସର ଏହି ମାମୁଲି ଲକ୍ଷଣକୁ କରନ୍ତୁନି ଅଣଦେଖା; ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ସୁଗନ୍ଧିତ ଦ୍ରବ୍ୟ, ଫୁଲର ଗନ୍ଧ କିମ୍ବା ଦୁର୍ଗନ୍ଧକୁ ଶୁଙ୍ଘି ପାରୁ ନାହାଁନ୍ତି । ତେବେ ଏହି ସମୟରେ ଏହା ବହୁତ ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହାକୁ ହାଲୁକାରେ ନେବାର ଭୁଲ କରନ୍ତୁନି । ଏହା ହିଁ ହେଉଛି କରୋନା ଭାଇରସର ପ୍ରଥମ ଲକ୍ଷଣ ।

ଇଂଲଣ୍ଡର ବୈଜ୍ଞାନିକମାନେ କରିଥିବା ଗବେଷଣାରୁ ଜଣାପଡିଛି ଯେ, କେବଳ ଶୁଷ୍କ କାଶ ଓ ସ।।ଧାରଣ ଜ୍ୱର କରୋନାଭାଇରସର ଲକ୍ଷଣ ନୁହେଁ । ଭାଇରସ ଆପଣଙ୍କ ଶରୀରରେ ଆକ୍ରମଣ କରିବା ପୂର୍ବରୁ ନିଜର କିଛି ଲକ୍ଷଣ ଦେଖାଇବା ଆରମ୍ଭ କରିଥାଏ । କେବଳ ଆପଣଙ୍କୁ ଏହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ।

ବ୍ରିଟିଶ ରାଇନୋଲଜିକଲ ସୋସାଇଟି ନିକଟରେ କରିଥିବା ଗବେଷଣାରୁ ଜାଣିବାକୁ ପାଇଛି ଯେ, କରୋନାର ସାଧାରଣ ଲକ୍ଷଣ ପ୍ରଥମରୁ ହିଁ ଦେଖାଯାଏ । ଯଦି ଆପଣ ଆଖପାଖର ବସ୍ତୁର ଗନ୍ଧ ଚିହ୍ନିପାରୁ ନାହାଁନ୍ତି କିମ୍ବା ଆପଣ ଖାଦ୍ୟର ସ୍ୱାଦ ବାରି ପାରୁନାହଁନ୍ତି । ତେବେ କରୋନା ଶରୀରରେ ପ୍ରବେଶ କରିସାରିଛି । ଡା. କ୍ଲେୟର ହୋପକିନ୍ସଙ୍କ କହିବାନୁସାରେ, ଏମିତିସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେଇ ନିଜକୁ ଅଲଗା ରଖନ୍ତୁ ।

ଦକ୍ଷିଣ କୋରିଆରେ ୨୦୦୦ କରୋନା ସଂକ୍ରମିତ ଲୋକଙ୍କ ଉପରେ ଗବେଷଣା ପରେ ଏହାର ଖୁଲାସା ହୋଇଛି ।

Leave A Reply

Your email address will not be published.