Latest Odisha News

BREAKING NEWS

ଭାଇରସକୁ ନେଇ ନିର୍ମିତ ହୋଇଛି ଅନେକ ହଲିଉଡ ଓ ବଲିଉଡ୍ ଚଳଚ୍ଚିତ୍ର, ଆସନ୍ତୁ ପକାଇବା ନଜର

କୋରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଚିନ୍ତାର ବିଷୟ ହୋଇଛି । ଚାରିଆଡେ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଲୋକେ ଘରମାନଙ୍କରେ ଏକପ୍ରକାର ବନ୍ଦୀ । ତେବେ ଏହି ଭାଇରସ୍ ନୂଆ ନୁହେଁ ବିଗତ ବର୍ଷମାନଙ୍କରେ ବିଭିନ୍ନ ପ୍ରକାର ଭାଇରସ୍‌କୁ ନେଇ ହଲିଉଡ୍ ଓ ବଲିଉଡରେ ଅନେକ ସିନେମା ନିର୍ମାଣ ହୋଇଛି । ଆସନ୍ତୁ ଏହା ଉପରେ ଏକ ନଜର ପକାଇବା ।


କ୍ରିସ୍ ଥ୍ରୀ
ବଲିଉଡରେ ଭାଇରସ୍ ସଂକ୍ରମଣ ମହାମାରୀ ସମ୍ପର୍କିତ ଚଳଚ୍ଚିତ୍ର ଥିଲା ‘କ୍ରିସ୍ ଥ୍ରୀ’ । ଏଥିରେ ଖଳନାୟକ ଭୂମିକାରେ ସାରା ବିଶ୍ୱରେ ଲ୍ୟାବ୍ ତିଆରି ଭାଇରସ୍ ସଂକ୍ରମଣ କରାଇବାକୁ ଷଡଜନ୍ତ୍ର କରୁଥିବା ବିବେକ ଓବରୟଙ୍କ ଚିତ୍ର ଆସିଥାଏ । ଏଥିରେ କ୍ରିସ୍ ଭୂମିକାରେ ଥିବା ହ୍ରିତିକ ରୋସନ ଭାଇରସ୍ ସଂକ୍ରମଣକୁ ପ୍ରତିହତ କରି ବିଶ୍ୱରେ ମଣିଷ ସମାଜକୁ ବଞ୍ଚାଇବାର ଦେଖିବାକୁ ମିଳିଥିଲା ।

କଂଟାଜିଅନ

କଂଟାଜିଅନ ସିନେମାଟିରେ ମିଡିଲ ଇଷ୍ଟ ଭାଇରସ୍‌(ଏମ୍‌ଇଭି ୧) ଆକ୍ରାନ୍ତ ରୋଗୀଙ୍କ କାହାଣୀ ଉପରେ ଆଧାରିକ ଥିଲା । ଏହି ଭାଇରସ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ପ୍ରତିଶତ ମୃତ୍ୟୁରେ ପଡୁଥିଲେ । ଏଥିରେ ଭାଇରସ୍ ସଂକ୍ରମଣ ନେଇ ସରକାରୀ ଉଦାସୀନତା ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଦି ସେଭେନଥ୍ ସିଲ୍‌

୧୯୫୭ରେ ରିଲିଜ ହୋଇଥିଲା ହଲିଉଡ ଫିଲ୍ମ ‘ଦି ସେଭେନଥ୍ ସିଲ୍‌’ । ଏହି ଚଳଚ୍ଚିତ୍ର ଚତୁର୍ଦ୍ଦଶ ଶତାଦ୍ଦୀରେ ହୋଇଥିବା ପ୍ଲେଗ ରୋଗ ଉପରେ ଆଧାରିତ ଥିଲା । ଏଥିରେ ଜଣେ ଯୋଦ୍ଧା ମୃତ୍ୟୁ ଦୂତ ସହ ଚେସ୍ ଖେଳିବା ସ୍ଥାନିତ ହୋଇଥିଲା ।

ଦି ଆଣ୍ଡ୍ରୋମେଡାସ୍ ଷ୍ଟ୍ରେନ୍‌

୧୯୭୧ ମସିହାରେ ଅନ୍ୟ ଏକ ସିନେମା ‘ଦି ଆଣ୍ଡ୍ରୋମେଡାସ୍ ଷ୍ଟ୍ରେନ୍‌’ ମାଇକେଲ କ୍ରିଘଟନଙ୍କ ଉପନ୍ୟାସ ଉପରେ ଆଧାରିତ ଥିଲା । ଯେଉଁଥିରେ ମହାକାଶରୁ ପୃଥିବୀ ଉପରେ ଖସିପଡିଥିବା ଏକ ସଂକ୍ରାମକ ଭାଇରସକୁ ନିୟନ୍ତ୍ରଣ କରାଯାଇଥିବାର କାହାଣୀ ।

ଟ୍ୱେଲଭ ମନକିଜ୍‌

୧୯୯୫ରେ ନିର୍ମିତ ‘ଟ୍ୱେଲଭ ମନକିଜ୍‌’ ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ ଉପରେ ଆଧାରିତ । ଏଥିରେ ଜଣେ ବ୍ୟକ୍ତିଙ୍କୁ ଟାଇମ୍ ମେସିନରେ ୧୯୯୦ମସିହାରେ ହୋଇଥିବା ଏକ ମହାମାରୀର କାରଣ ଖୋଜିବାକୁ ପଠାଯାଇଥିବାର ଦୃଶ୍ୟ ରହିଛି ।

ଦି ହଟ୍ ଜୋନ
୨୦୧୯ରେ ଆସିଥିବା ସିନେମା ଦି ହଟ୍ ଜୋନ ଇବୋଲା ଭାଇରସ୍ ସଂକ୍ରମଣ ଉପରେ ପର୍ଯ୍ୟବେଶିତ । ଏହି ଚଳଚ୍ଚିତ୍ରରେ ଇବୋଲା ଭାଇରସ୍ ଏହାର ଆକ୍ରାନ୍ତମାନଙ୍କଠାରେ ରାଞ୍ଚୁଡା ଦେଖାଯିବ ସହ ଖୁବ୍ କମ୍ ସମୟ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଥାଏ ।

ଆଉଟ୍‌ବ୍ରେକ
୧୯୯୫ରେ ନିର୍ମିତ ହୋଇଥିବା ‘ଆଉଟ୍‌ବ୍ରେକ୍‌’ରେ ଆମେରିକାର ଛୋଟ ସହରରେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ଜନିତ କାହାଣୀ ଉପରେ ଆଧାରିତ ଥିଲା । ସଂକ୍ରମଣରେ ଜ୍ୱର ହେଉଥିବା ୧୦୦ ପ୍ରତିଶତ ରୋଗୀଙ୍କର ଦୁଇରୁ ତିନି ଦିନରେ ମୃତ୍ୟୁ ହେଉଥିବା ଫିଲ୍ମରେ ଦର୍ଶାଯାଇଥିଲା । ଏଥିରେ ଇବୋଲାର ବିପଦ ସମ୍ପର୍କରେ ଆମେରିକା ସରକାର ଗୁରୁତର ସହ ନେଉ ନ ଥିବା ଦର୍ଶାଯାଇଥିଲା ।

ଅନ୍ୟାନ୍ୟ ସିନେମା

ସେହିଭଳି ପ୍ଲେଗ ମହାମାରୀକୁ ନେଇ ବିଭିନ୍ନ ସମୟରେ ହୋଇଥିଲା ତିନିଟି ସିନେମା । ସେଗୁଡିକ ଥିଲା ୧୯୬୪ ମସିହାର ‘ଦି ଲାଷ୍ଟମ୍ୟାନ ଅନ ଆର୍ଥ’, ୧୯୭୧ରେ ‘ଦି ଓମେଗାମ୍ୟାନ’ ଏବଂ ୨୦୦୭ର ‘ଆଇ ଆମ୍ ଲିଜେଣ୍ଡ’ ।

ସେହିଭଳି ୧୯୭୮ ମସିହାରେ ନିର୍ମିତ ହୋଇଥିବା ଓ ପରବର୍ତ୍ତୀ ସମୟରେ ୨୦୦୪ରେ ପୁନଃନିର୍ମିତ ହୋଇଥିବା ଫିଲ୍ମ ‘ଡନ୍ ଅଫ୍ ଦି ଡେଡ’ରେ ଜୋମ୍ବି ଆପୋକାଲିପସର ପ୍ରସାର ଓ ମହାମାରୀର ଚିତ୍ର ରହିଥିଲା ।

୨୦୦୨ମସିହାରେ ନିର୍ମିତ ଚଳଚ୍ଚିତ୍ର ‘କ୍ୟାବିନ ଫିଭର’ରେ କ୍ୟାମ୍ପିଂ ଟ୍ରିପରେ ଯାଇଥିବା ସଦ୍ୟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଆକ୍ରାନ୍ତ କରିଥିବା ମାଂସଭକ୍ଷୀ ଭାଇରସ୍ ଉପରେ କାହାଣୀଟି ରହିଥିଲା । ୨୦୧୬ରେ ଚଳଚ୍ଚିତ୍ରର ନୂଆ ଭର୍ସନ ଆସିଥିଲା ।

୨୦୦୨ରେ ଡ୍ୟାନି ବୋଏଲବଙ୍କ ଦ୍ୱାରା ନିର୍ମିତ ହୋଇଥିଲା ‘ଟ୍ୱିଣ୍ଟି ଏଇଟ୍ ଡେଜ୍ ଲ୍ୟାଟର’ । ଏହାର ଦ୍ୱିତୀୟ ଭାଗ ଭାବରେ ଜୁଆନ କାଜ୍ରୋସ୍ ଫ୍ରେସ୍‌ନାଡିଲୋ ନିର୍ଦ୍ଦେଶନା ଦେଇଥିବା ୨୦୦୭ ବର୍ଷର ଚଳଚ୍ଚିତ୍ରର ନାଁ ଥିଲା ଟ୍ୱିଣ୍ଟି ଡେଜ୍ ଉଇକ୍ ଲ୍ୟାଟର । ଉଭୟେ ଭାଇରସ୍ ସଂକ୍ରମିତ ମହାମାରୀର ଚିତ୍ର ରହିଥିଲା ।

୨୦୦୯ରେ ନିର୍ମିତ ହୋଇଥିବା ଫିଲ୍ମ କ୍ୟାରିଅର୍ସ ଯେଉଁଥିରେ ମହାମାରୀ ସଂକ୍ରମଣ ସମୟରେ୪ ଜଣ ସାଥୀଙ୍କ ରୋଡଟ୍ରିପର କାହାଣୀ ରହିଥିଲା ।

Leave A Reply

Your email address will not be published.