Latest Odisha News

BREAKING NEWS

ଆରପାରିରେ ଫୁଟବଲ ଯାଦୁଗର ମାରାଡୋନା !

ଭୁବନେଶ୍ୱର: ଆର୍ଜେଣ୍ଟିନାର ମହାନ୍ ଫୁଟବଲର୍ ଡିଏଗୋ ମାରାଡୋନା । ସାରା ବିଶ୍ୱରେ ଜଣେ ଅନନ୍ୟ ଖେଳାଳି ରୂପେ ଇତିହାସର ସ୍ୱର୍ଣ୍ଣ ପୃଷ୍ଠାରେ ତାଙ୍କ ନାଁ ଲିପିବଦ୍ଧ । ତେବେ ବୁଧବାର ଏହି ମହାନ ଖେଳାଳି ଅଗଣିତ ଫୁଟବଲ ପ୍ରେମୀଙ୍କୁ ଏକାକି କରି ଆରପାରିକୁ ଚାଲିଯାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମାରାଡୋନାଙ୍କର ହୃଦଘାତରେ ନିଧନ ହୋଇଥିଲା ।

୬୦ ବର୍ଷରେ ପରଲୋକକୁ ଗମନ କରିଥିବା ମାରାଡୋନା କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କ ସଫଳ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । ହେଲେ ହଠାତ୍ ହୃଦଘାତରେ ତାଙ୍କ ମୃତ୍ୟୁକୁ ସାରା ବିଶ୍ୱ ସହଜରେ ଗ୍ରହଣ କରିପାରିନି । ଘରେ ଥିବା ଅବସ୍ଥାରେ ହୃଦଘାତରେ ସେ ପ୍ରାଣ ହରାଇଥିଲେ ।

ମାରାଡୋନାଙ୍କ ନିଧନରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଇତିହାସର ସୁଦକ୍ଷ ଫୁଟବଲର୍ ମାରାଡୋନାଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ଫୁଟବଲ୍ ଦଳ ୧୯୮୬ରେ ବିଶ୍ୱବିଜେତା ସାଜିଥିଲା ।

ତେବେ ଅତ୍ୟଧିକ ମଦ୍ୟପାନ ଓ ବିଭିନ୍ନ ପ୍ରକାରର ନିଷେଧ ନିଶା ସେବନ ତାଙ୍କ ବ୍ୟକ୍ତିତ୍ୱକୁ କ୍ଷୁର୍ଣ୍ଣ କରିଥିଲା । ଏହି ମହାନ୍ ଖେଳାଳିଙ୍କ ନିଧନରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ହରଭଜନ ସିଂ ଓ ଉସେନ୍ ବୋଲ୍ଟଙ୍କ ଭଳି ଅନେକ ବରିଷ୍ଠ କ୍ରୀଡାବିତ୍ ସୋସିଆଲ୍ ମିଡିଆରେ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.