Latest Odisha News

BREAKING NEWS

ନିର୍ବାଚନୀ ଯାଞ୍ଚ ବେଳେ ବୁଲେଟ୍ ଡିକିରୁ ମିଳିଲା ୧ ଲକ୍ଷ ୯୫ ହଜାର ଟଙ୍କା

ସୁବର୍ଣ୍ଣପୁର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ମିଶ୍ରପାଲି ଛକ ନିକଟରେ ପୋଲିସ ଗାଡି ମୋଟର କଡାକଡି ଯାଞ୍ଚ କରାଯାଉଛି । ଆଜି ଏହି ଯାଞ୍ଚ ସମୟରେ ଏକ ବୁଲେଟ ଡିକି ରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି ବିନିକା ପୋଲିସ ।
ସୂଚନା ଅନୁସାରେ, ଜିଲ୍ଲାର ଉଲୁଣ୍ଡା ବ୍ଲକ ହିଙ୍ଗମା ଗ୍ରାମର ବସନ୍ତ ପରଡିଆ ଏକ କଳା ରଙ୍ଗ ବୁଲେଟ ଓଡି ଏମ୍ ୧୨୭୪ରେ ବିନିକା ଯାଉଥିଲେ । ଏହି ସମୟରେ ମିଶ୍ରପାଲି ଛକ ଠାରେ ପୋଲିସ ତାଙ୍କୁ ଯାଞ୍ଚ ପାଇଁ ଅଟକାଇଥିଲା । ଯାଞ୍ଚ ବେଳେ ତାଙ୍କ ନିକଟରୁ ୧ ଲକ୍ଷ ୯୫ ହଜାର ଟଙ୍କା ମିଳିଥିଲା ।

ଏହାପରେ ତାଙ୍କୁ ଅଟକ ରଖି ଏତେ ଟଙ୍କା ସେ କେଉଁ କାମ ପାଇଁ ନେଉଥିଲେ ବୋଲି ପଚରାଯାଇଥିଲା । ଯାହାର ସେ ସଠିକ୍ ପ୍ରମାଣ ଦେଇପାରି ନଥିବାରୁ ଜବତ ଟଙ୍କା କୁ ଜିଲ୍ଲା ଟ୍ରେଜେରୀ ରେ ଜମା କରାଯାଇଛି । ଏହା ସହିତ ଜିଲ୍ଲା କମିଟି ଏହାର ବିଚାର କରିବେ ବୋଲି ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେର ସୂଚନା ଦେଇଛନ୍ତି l

ଅନ୍ୟପଟେ, ଗତ ୬ ତାରିଖ ରେ ବିନିକା କଲେଜ ଛକ ଠାରେ ପୋଲିସ ର କଡାକଡି ଯାଞ୍ଚ ସମୟରେ ୫୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିଲା ବିନିକା ପୋଲିସ l

Leave A Reply

Your email address will not be published.