Latest Odisha News

BREAKING NEWS

ଲୋକପ୍ରିୟ ଗାୟକ ଅରିଜିତ ସ୍କୁଟିରେ ପତ୍ନୀଙ୍କ ସହ ଆସି ଦେଲେ ଭୋଟ

କୋଲକାତା: ଭାରତର ଦାମୀ ଗାୟକଙ୍କ ମଧ୍ୟରେ ପରିଗଣିତ ଅରିଜିତ ସିଂ ତାଙ୍କ ପତ୍ନୀଙ୍କ ସହ ସ୍କୁଟିରେ ଆସି ମତଦାନ ସାବ୍ୟସ୍ତ କରିଛନ୍ତି । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ସେ ଭୋଟ ଦେଇଥିଲେ । ସେ ତାଙ୍କ ଦାମୀ କାରରେ ନ ଆସି ସ୍କୁଟିରେ ଆସିବାକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି । ପତ୍ନୀଙ୍କ ସହ ଭୋଟ ଦେବା ପରେ ସେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଅରିଜିତ ବଲିଉଡର ପ୍ରତିଷ୍ଠିତ ଗାୟକ । ସେ ଗୋଟିଏ ଗୀତ ପାଇଁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି । ୧୬ ବର୍ଷ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ସ୍ଥିତି ମଜଭୁତ ରଖିଛନ୍ତି ।

ସେ ତାଙ୍କ କ୍ୟାରିୟରରେ ୬୫୦ରୁ ଅଧିକ ଗୀତ ଗାଇଛନ୍ତି । ତାଙ୍କର ସାଧାରଣ ଚଳଣିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ନିକଟରେ ଦୁବାଇର ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀଟାର ବଜାଇବାକୁ ଅସୁବିଧା ହେବାରୁ ସେ ଷ୍ଟେଜ ଉପରେ ନଖ କାଟୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.