ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ଅଭିଯୁକ୍ତ ଅଟକ ।ଛତିଶଗଡ଼ରେ ତାକୁ ଅଟକ ରଖିଛି RPF। ସନ୍ଦିଗ୍ଧ ହେଲା ୩୧ ବର୍ଷୀୟ ଆକାଶ କୈଳାଶ କନୋଜିଆ ବୋଲି ଜଣାପଡ଼ିଛି । ଦୁର୍ଗ ରେଲୱେ ଷ୍ଟେସନରେ ଏବେ ରେଳ ସୁରକ୍ଷା ବଳ କଷ୍ଟୋଡିରେ ଅଛି ସେ । ଶନିବାର ଦିନ ପ୍ରାୟ ୨ଟା ବେଳେ ମୁମ୍ବାଇ-ହାୱଡ଼ା ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ତାକୁ ଧରିଛନ୍ତି RPF ଅଧିକାରୀ । ଜେନେରାଲ୍ ବଗିରେ ସେ ଯାଉଥିଲା । ଅଭିଯୁକ୍ତ ବାବଦରେ ସୂଚନା ପାଇବା ମାତ୍ରେ ମୁମ୍ବାଇ ପୋଲିସ, RPFକୁ ଅଭିଯୁକ୍ତର ଫଟୋ ପଠାଇଥିଲା । ଟ୍ରେନ ନାଁ ଏବଂ ନମ୍ବର ମଧ୍ୟ ପଠାଇଥିଲା ମୁମ୍ବାଇ ପୋଲିସ ।
ଅଭିଯୁକ୍ତ ଆକାଶକୁ ଧରିବା ପରେ ମୁମ୍ବାଇ ପୋଲିସ ସହ ଭିଡିଓ କଲରେ କଥା କରାଇଛି RPF । ମୁମ୍ବାଇ ପୋଲିସର ଏକ ଟିମ୍ ଦୁର୍ଗ ଅଭିମୁଖେ ଯାଉଛି । ସନ୍ଦିଗ୍ଧ ଯୁବକ, ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଛି କି ନାହିଁ… ସେ ହିଁ ପ୍ରକୃତ ଅଭିଯୁକ୍ତ କି ନୁହେଁ, ତାହା ଖୁବ ଶୀଘ୍ର ସ୍ପଷ୍ଟ କରିବ ମୁମ୍ବାଇ ପୋଲିସ । ବିନା ଟିକେଟରେ ଯାତ୍ରା କରୁଥିଲା ସନ୍ଦଗ୍ଧ । RPFକୁ ପ୍ରଥମେ ସେ ନାଗପୁର ଏବଂ ପରେ ବିଳାସପୁର ଯାଉଛି ବୋଲି କହିଥିଲା । ଗତ ବୁଧବାର ରାତିରେ ସୈଫ ଅଲ୍ଲୀ ଖାନଙ୍କ ବାସଭବନରେ ପଶି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲା ।
ମୁମ୍ବାଇ ବାନ୍ଦ୍ରାରେ ଥିବା ସୈଫଙ୍କ ସଦଗୁରୁ ଆପାର୍ଟମେଣ୍ଟରେ ପଶିଥିଲା ଦୁର୍ବୃତ୍ତ। ସୈଫଙ୍କ ପୁଅ ତାଇମୁର ଶୋଇଥିବା ରୁମରେ ପ୍ରବେଶ କରିଥିଲା । ତାଇମୁରଙ୍କ ଦାୟିତ୍ବରେ ଥିବା ନର୍ସ ଏହା ଜାଣିବା ପରେ ପାଟି କରିଥିଲେ । ପରେ ସୈଫ ଅଲ୍ଲୀ ଖାନ ଆସିଥିଲେ ଏବଂ ଦୁର୍ବୃତ୍ତ ସହ ତାଙ୍କର ହାତାହାତି ହୋଇଥିଲା । ସେହି ସମୟରେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ୬ ଥର ଆକ୍ରମଣ କରିଥିଲା । ସୈଫଙ୍କ ଶରୀରରେ ଛୁରୀର ଅଢେଇ ଇଞ୍ଚ, ଭାଙ୍ଗି ରହି ଯାଇଥିଲା । ଲୀଲାବତି ହସ୍ପିଟାରେ ଅପରେସନ କରାଯାଇ ଭଙ୍ଗା ଛୁରୀକୁ ବାହାର କରାଯାଇଛି ।
BREAKING NEWS
- ଦିଲ୍ଲୀ ଦଳାଚକଟା ପରେ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର: ୬୦ ଷ୍ଟେସନ ଉପରେ ନଜର ରଖିବ ଏଆଇ
- ଅତ୍ୟାଧୁନିକ ‘ନନ୍ଦଘର’ରେ ପରିଣତ ହେବ ରାୟଗଡାର ୧୦୦ଟି ଅଙ୍ଗନବାଡ଼ି କେନ୍ଦ୍ର
- ସମଗ୍ର ରାଜ୍ୟରୁ ନୂଆ ଥାନା ଏବଂ ଫାଣ୍ଡି ପ୍ରତିଷ୍ଠା ପାଇଁ ୨୭ଟି ପ୍ରସ୍ତାବ ଆସିଛି: ମନ୍ତ୍ରୀ
- BSNL ଆଣିଲା ବଢିଆ ଅଫର୍: ପ୍ରତିଦିନ ୫ ଟଙ୍କାରେ ମିଳୁଛି ଅନଲିମିଟେଡ୍ ଡାଟା
- ୧୨ ହସ୍ପିଟାଲରରେ ନାହିଁ ଆଇସିୟୁ ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ
- ପୂର୍ବତନ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଘଟଣା: କ’ଣ କହିଲେ ମୁଖ୍ୟମନ୍ତ୍ରୀ?
- ବିପୁଳ ପରିମାଣ ବ୍ରାଉନ୍ ସୁଗାର ଜବତ, ୪ ଗିରଫ
- ନିଜ ସ୍ମାର୍ଟଫୋନରେ ଭୂକମ୍ପ ଆଲର୍ଟ ଏହିପରି ଟର୍ନ୍ ଅନ୍ କରନ୍ତୁ…
- ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ୨୬ ଯାଏଁ ମିଳିବନି ପ୍ଲାଟଫର୍ମ ଟିକେଟ
- ରାଜ୍ୟରେ ଖାଲିପଡିଛି ଆଇଏଏସ୍ ଏବଂ ଆଇପିଏସ୍ ପଦବୀ
Comments are closed.