ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ଅଭିଯୁକ୍ତ ଅଟକ ।ଛତିଶଗଡ଼ରେ ତାକୁ ଅଟକ ରଖିଛି RPF। ସନ୍ଦିଗ୍ଧ ହେଲା ୩୧ ବର୍ଷୀୟ ଆକାଶ କୈଳାଶ କନୋଜିଆ ବୋଲି ଜଣାପଡ଼ିଛି । ଦୁର୍ଗ ରେଲୱେ ଷ୍ଟେସନରେ ଏବେ ରେଳ ସୁରକ୍ଷା ବଳ କଷ୍ଟୋଡିରେ ଅଛି ସେ । ଶନିବାର ଦିନ ପ୍ରାୟ ୨ଟା ବେଳେ ମୁମ୍ବାଇ-ହାୱଡ଼ା ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ତାକୁ ଧରିଛନ୍ତି RPF ଅଧିକାରୀ । ଜେନେରାଲ୍ ବଗିରେ ସେ ଯାଉଥିଲା । ଅଭିଯୁକ୍ତ ବାବଦରେ ସୂଚନା ପାଇବା ମାତ୍ରେ ମୁମ୍ବାଇ ପୋଲିସ, RPFକୁ ଅଭିଯୁକ୍ତର ଫଟୋ ପଠାଇଥିଲା । ଟ୍ରେନ ନାଁ ଏବଂ ନମ୍ବର ମଧ୍ୟ ପଠାଇଥିଲା ମୁମ୍ବାଇ ପୋଲିସ ।
ଅଭିଯୁକ୍ତ ଆକାଶକୁ ଧରିବା ପରେ ମୁମ୍ବାଇ ପୋଲିସ ସହ ଭିଡିଓ କଲରେ କଥା କରାଇଛି RPF । ମୁମ୍ବାଇ ପୋଲିସର ଏକ ଟିମ୍ ଦୁର୍ଗ ଅଭିମୁଖେ ଯାଉଛି । ସନ୍ଦିଗ୍ଧ ଯୁବକ, ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଛି କି ନାହିଁ… ସେ ହିଁ ପ୍ରକୃତ ଅଭିଯୁକ୍ତ କି ନୁହେଁ, ତାହା ଖୁବ ଶୀଘ୍ର ସ୍ପଷ୍ଟ କରିବ ମୁମ୍ବାଇ ପୋଲିସ । ବିନା ଟିକେଟରେ ଯାତ୍ରା କରୁଥିଲା ସନ୍ଦଗ୍ଧ । RPFକୁ ପ୍ରଥମେ ସେ ନାଗପୁର ଏବଂ ପରେ ବିଳାସପୁର ଯାଉଛି ବୋଲି କହିଥିଲା । ଗତ ବୁଧବାର ରାତିରେ ସୈଫ ଅଲ୍ଲୀ ଖାନଙ୍କ ବାସଭବନରେ ପଶି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲା ।
ମୁମ୍ବାଇ ବାନ୍ଦ୍ରାରେ ଥିବା ସୈଫଙ୍କ ସଦଗୁରୁ ଆପାର୍ଟମେଣ୍ଟରେ ପଶିଥିଲା ଦୁର୍ବୃତ୍ତ। ସୈଫଙ୍କ ପୁଅ ତାଇମୁର ଶୋଇଥିବା ରୁମରେ ପ୍ରବେଶ କରିଥିଲା । ତାଇମୁରଙ୍କ ଦାୟିତ୍ବରେ ଥିବା ନର୍ସ ଏହା ଜାଣିବା ପରେ ପାଟି କରିଥିଲେ । ପରେ ସୈଫ ଅଲ୍ଲୀ ଖାନ ଆସିଥିଲେ ଏବଂ ଦୁର୍ବୃତ୍ତ ସହ ତାଙ୍କର ହାତାହାତି ହୋଇଥିଲା । ସେହି ସମୟରେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ୬ ଥର ଆକ୍ରମଣ କରିଥିଲା । ସୈଫଙ୍କ ଶରୀରରେ ଛୁରୀର ଅଢେଇ ଇଞ୍ଚ, ଭାଙ୍ଗି ରହି ଯାଇଥିଲା । ଲୀଲାବତି ହସ୍ପିଟାରେ ଅପରେସନ କରାଯାଇ ଭଙ୍ଗା ଛୁରୀକୁ ବାହାର କରାଯାଇଛି ।
BREAKING NEWS
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ
- ସଚିନଙ୍କ ପୁଅଙ୍କ ସହ ଅନ୍ୟାୟ ! ୫୦ ୱିକେଟ୍ ନେବା ପରେ ମଧ୍ୟ ଅର୍ଜୁନଙ୍କୁ ଗୋଆ ଦଳରୁ କରାଗଲା ବାହାର
- ସାମୀଙ୍କ ବଡ଼ ବୟାନ: ଟିମ୍ ଇଣ୍ଡିଆରେ ଚୟନ ନହେବା ମୋ ପାଇଁ କୌଣସି କ୍ଷତି ନୁହେଁ
- ଅଭିଜିତ୍ ଦୀପକେଙ୍କ ଜେଜେ ମା’ଙ୍କ ଦେହାନ୍ତ, ଏଭଳି କହିଲା ଦିଲ୍ଲୀ ପୋଲିସ…
- CJP Delhi protest: କକ୍ରୋଚ ପ୍ରତିବାଦରେ ସାମିଲ ଓକିଲ ଅଟକ, CJI କହିଲେ…
- ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ; ଜାଣନ୍ତୁ ମହତ୍ତ୍ବ
- ନିର୍ବାଚନ ପୂର୍ବରୁ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼
- ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ଉପରେ ଆକ୍ରମଣ ଘଟଣାରେ NIA ପକ୍ଷରୁ UAPA ଓ ଆଣ୍ଟି-ହାଇଜାକିଂ ଆଇନରେ ମାମଲା ରୁଜୁ

Comments are closed.