Latest Odisha News

ନାଲି ଗାଜର ଭଲ ନା କମଳା ରଙ୍ଗ ଗାଜର!

ଭୁବନେଶ୍ବର:ଶୀତ ଦିନରେ ଗାଜର ଉତ୍ପାଦନ ଅଧିକ ହୋଇଥାଏ । ଏହି ଗାଜର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆପଣ ହାଟରେ ଦୁଇ ପ୍ରକାରର ଗାଜର ଦେଖିଥିବେ । ନାଲି ଗାଜର ଏବଂ କମଳା ରଙ୍ଗର ଗାଜର । ଉଭୟଙ୍କର ସ୍ୱାଦ,ରଙ୍ଗ ଏବଂ ପୋଷକତ୍ତ୍ବରେ ପାର୍ଥକ୍ୟ ରହିଛି । ଆସନ୍ତୁ ଜାଣିବା କେଉଁ ଗାଜର ଭଲ ।

ନାଲି ଗାଜରର ରଙ୍ଗ ଅତ୍ୟନ୍ତ ଗାଢ ଏବଂ ଏହା ସାଧାରଣତଃ ମିଠା ଲାଗେ । ଏହାକୁ ସାଲାଡ, ଆଚାର ଏବଂ ହାଲୁଆରେ ବ୍ୟବହାର ହୁଏ । କମଳା ଗାଜର ରଙ୍ଗ ହାଲୁକା କମଳା ରଙ୍ଗର ଏବଂ ଏହା କମ୍ ମିଠା । ଏହାକୁ ଜୁସ୍,ସୁପ୍ ଏବଂ କଞ୍ଚା ଖାଇବା ପାଇଁ ବ୍ୟବହୃତ ହୁଏ ।

ନାଲି ଗାଜରରେ ଲାଇକୋପିନ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆଣ୍ଟିଅକ୍ସିଡାଣ୍ଟ ଅଟେ । ଏହା ହୃଦୟ ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ । ଏଥିରେ ଅଧିକ ପରିମାଣର ଭିଟାମିନ୍ ଏ ଏବଂ ଭିଟାମିନ୍ ସି ଥାଏ, ଯାହା ଆଖି ଏବଂ ଚର୍ମ ପାଇଁ ଭଲ । ନାଲି ଗାଜରରେ ଅଧିକ ପରିମାଣର ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟା ପାଇଁ ବି ଲାଭଦାୟକ ଅଟେ ।

ଏଥି ସହିତ କମଳା ଗାଜରରେ ଅଧିକ ପରିମାଣର ବିଟା-କାରୋଟିନ୍ ଥାଏ, ଯାହା ଶରୀରରେ ଭିଟାମିନ୍ ଏରେ ପରିଣତ ହୁଏ । ଏହା ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏଥିରେ କମ୍ କ୍ୟାଲୋରୀ ଥାଏ, ତେଣୁ ଏହା ଓଜନ ହ୍ରାସ ପାଇଁ ଲାଭଦାୟକ । ଏଥିରେ ଆଇରନ୍ ଏବଂ ପୋଟାସିୟମ୍ ମଧ୍ୟ ମିଳିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ।

କମଳା ରଙ୍ଗର ଗାଜର ବର୍ଷ ସାରା ବଜାରରେ ମିଳିଥାଏ । ନାଲି ଗାଜର ମୁଖ୍ୟତଃ ଶୀତ ଦିନରେ ମିଳେ । ଶୀତଦିନେ ନାଲି ଗାଜର ଭଲ ଅମଳ ହୁଏ । କମଳା ଗାଜର ଅଧିକ ଗରମ ଓ ଆର୍ଦ୍ର ଜଳବାୟୁରେ ମଧ୍ୟ ଅମଳ ହୋଇପାରେ ।

 

Comments are closed.