Latest Odisha News

BREAKING NEWS

ଫିଲ୍ମ ନିର୍ମାଣ ପାଇଁ ଛେଳି ଚୋରି !

ତାମିଲନାଡୁ: ଆଜିକାଲି ବାସ୍ତବ ଜୀବନର ଅନେକ ଘଟଣାକୁ ଫିଲ୍ମରେ ରୂପାନ୍ତରିତ କରାଯାଉଛି । ଠିକ୍ ଏହିପରି ଏକ ଘଟଣା ଘଟିଛି ତାମିଲନାଡୁରେ । ଯେଉଁଠି ଦୁଇ ଭାଇ ଚୋରି କରି ନିଜ ବାପାର ଫିଲ୍ମ ନିର୍ମାଣ କରିବା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ । ଏପରିକି ସେହି ଫିଲ୍ମରେ ଦୁହେଁ ଅଭିନେତା ବି ସାଜିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ନ୍ୟୁ ୱାସର୍‌ମେନ୍‌ପେଟ୍ ଅଂଚଳର ଭି. ନିରଂଜନ କୁମାର ଓ ଲେନିନ୍ କୁମାର ନାମକ ଦୁଇ ଭାଇଙ୍କୁ ଛେଳି ଚୋରି ଅଭିଯୋଗରେ ଶନିବାର ପୋଲିସ ଗିରଫ କରିଥିଲା । ଏହି ଦୁଇଭାଇ ଗତ ତିନିବର୍ଷ ଧରି ଚୋରି କରିଆସୁଥିଲେ । ଫିଲ୍ମ ନିର୍ମାଣ କରିବା ପାଇଁ ଅଧିକ ଅର୍ଥ ଓ ସାଧାରଣ ଚୋରିରେ ଭଲ ଟଙ୍କା ଆୟ ହେଉନଥିବାରୁ ଦୁହେଁ ଛେଳି ଚୋରି କରିବାକୁ ନିଷ୍ପତ୍ତି ନେଇଥିଲେ ।

ବିଭିନ୍ନ ସ୍ଥାନ ବୁଲିବୁଲି ସେମାନେ ଦିନକୁ ୮ରୁ ୧୦ଟି ଛେଳି ଚୋରି କରି ପ୍ରତିଦିନ ୮ହଜାର ଟଙ୍କା ଆୟ କରୁଥିଲେ । ତେବେ ସୋମବାର ଦିନ ଦୁଇ ଭାଇଙ୍କ କାରନାମା ସିସିଟିଭିରେ କଏଦ ହେବା ପରେ ମାମଲା ସାମ୍ନାକୁ ଆସିଥିଲା । ଭିଡିଓରେ ଦୁଇ ଭାଇ କାର ଯୋଗେ ଛେଳି ଚୋରି କରୁଥିବା ସ୍ପଷ୍ଟ ହୋଇଥିଲା ।

ଦୁଇ ଭାଇ ଗିରଫ ହେବା ପରେ ସାମ୍ନାକୁ ଆସିଥିଲା ରୋଚକ ତଥ୍ୟ । ଦୁଇ ଅଭିଯୁକ୍ତଙ୍କ ବାପା ବିଜୟ ଶଙ୍କର ଏକ ନିର୍ମାଣଧୀନ ଫିଲ୍ମରେ ଅର୍ଥ ଲଗାଇଥିଲେ । ଯେଉଁଥିରେ ଦୁଇ ଭାଇଙ୍କୁ ମିଳିଥିଲା ପ୍ରମୁଖ କିର୍ଦାର । ତେବେ ଅର୍ଥାଭାବ ଯୋଗୁଁ ଫିଲ୍ମର ସୁଟିଂ ଅଧାରେ ଅଟକିବା ପରେ ଦୁହେଁ ଛେଳି ଚୋରି କରିବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.