ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଘାଟିରେ ସେନା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ପୁଣି ଆଉ ୨ ଆତଙ୍କବାଦୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ। କାଶ୍ମୀରରେ ମାଟିରେ ମିଶିଲା ଆଉ ୨ ଆତଙ୍କବାଦୀଙ୍କ ଘର। ସୋପିଆନ ଓ ପୁଲୱାମାରେ ୨ ଲସ୍କର ଆତଙ୍କୀଙ୍କ ଘର ମାଟିରେ ମିଶିଲା।
ପହଲଗାମ ହମଲା ପରେ ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ ଜାରି ରହିଛି। ଗତକାଲି ୨ ଆତଙ୍କୀର ଘର ଉଡ଼ାଇଥିଲେ ସୁରକ୍ଷାକର୍ମୀ। ପୁଲୱାମାର ମୁରାନରେ ଜୈଶ-ଏ-ମହମ୍ମଦର ସକ୍ରିୟ ଆତଙ୍କବାଦୀ ଅହସାନ ଉଲ୍ ହକ୍ର ଘର ଉଡ଼ାଇ ଦିଆଯାଇଛି। ସେ ୨୦୧୮ ମସିହାରେ ପାକିସ୍ତାନ ଯାଇ ତାଲିମ ନେଇଥିଲା। ୨୦୧୮ରେ ପାକିସ୍ତାନରେ ଟ୍ରେଣ୍ଡିଂ କରିଥିବା ଅହସାନ ସମ୍ପ୍ରତି ଘାଟିରେ ପୁନର୍ବାର ପ୍ରବେଶ କରିଥିଲା।
ସେହିପରି ପୁଲୱାମାର କାଚିପୋରା ଅଞ୍ଚଳରେ ଲସ୍କର (ଏଲଇଟି) ଆତଙ୍କବାଦୀ ହରିସ ଅହମଦଙ୍କ ଘର ଭାଙ୍ଗି ଦିଆଯାଇଛି। ଲସ୍କର ଆତଙ୍କବାଦୀ ହରିସ୍ ଅହମ୍ମଦ, ୨୦୨୩ ମସିହାରୁ ସକ୍ରିୟ। କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ଦୁଇ ଜଣଙ୍କୁ ଗିରଫ କରିଛି।
Comments are closed.