ଶ୍ରୀନଗର: ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ। ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ଼। ସାରାରାତି ଏଲଓସିର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ହୋଇଛି। ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ। ପୂର୍ବରୁ ଗୁରୁବାର ରାତିରେ ମଧ୍ୟରେ ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ପାକ୍ ସେନା ଗୁଳିମାଡ଼ କରିଥିଲା ।
ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନକୁ ଭାରତର ଭୟ ରହିଛି। ଏଲଓସିରେ ବରମ୍ବାର ଗୁଳିମାଡ଼ କରିବା ତା ମନର ଡରକୁ ସୂଚାଉଛି। ୨୦୨୧ ଫେବୃଆରୀରୁ ଏଲଓସିରେ ଯୁଦ୍ଧ ବିରାମ ବୁଝାମଣା ଲାଗୁ ହୋଇଛି। ପାକିସ୍ତାନ ଭାରତୀୟ ସେନା ଭୟରେ ତାର ସୁରକ୍ଷା ଏଜନ୍ସିଂକୁ ସତର୍କ କରାଇଛି। ତେଣୁ ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି।
ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ସେନା ୨୫ ଏପ୍ରିଲ ରାତିରେ ଏଲଓସିର ବିଭିନ୍ନ ସେକ୍ଟରରେ ଗୁଳିମାଡ କରିଛି। ଶୁକ୍ରବାର ରାତି ତମାମ ଏହା ଚାଲିଥିଲା। ଭାରତୀୟ ସେନା କଡ଼ା ଜବାବ ଦେଇଛି। ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏପ୍ରିଲ ୨୪ ତାରିଖ ରାତି ତମାମ ମଧ୍ୟ ଏଲଓସିରେ ପାକ୍ ସେନା ପକ୍ଷରୁ ପାୟାରିଂ ହୋଇଥିଲା।
Comments are closed.