Latest Odisha News

ସପ୍ତାହକରେ ଦୁଇ ଥର ବିବାହ କଲେ ଯୁବକ, ଦୁଇ ପତ୍ନୀଙ୍କୁ ଅଲଗା ରଖିଲେ

ବିହାର : ମୁଜାଫରପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ଗୋଟିଏ ସପ୍ତାହରେ ଦୁଇଥର ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । କେବଳ ଏତିକି ନୁହେଁ ଯୁବକ ଜଣକ ନିଜ ଦୁଇ ପତ୍ନୀଙ୍କୁ ଅଲଗା ଅଲଗା କରି ରଖିଛନ୍ତି ।

BjdElectrycity

ବିହାର ମୁଜାଫରପୁରର ଦାମୁଚକ ଅଞ୍ଚଳରେ ରୁହନ୍ତି ବିକାଶ କୁମାର । ପରିବାର ଲୋକେ ବିକାଶଙ୍କର ସାକ୍ରା ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ଠିକ୍ କରିଥିଲେ । ଗତ ବର୍ଷ ଏପ୍ରିଲ ୨୫ ତାରିଖରେ ବିକାଶଙ୍କର ଧୁମ୍‌ଧାମରେ ବିବାହ ବି କରାଇଲେ । ହେଲେ ବିବାହର ୪ ଦିନ ପରେ ଘରଲୋକଙ୍କ ଅଜାତଣରେ ବିକାଶ ତାଙ୍କ ପ୍ରେମିକାଙ୍କୁ ବିବାହ କଲେ । ବିବାହ ପରେ ପ୍ରେମିକାଙ୍କୁ ଘରଠାରୁ ଦୁଇ କିଲୋମିଟର ଦୂର ଆଗୋଡିଆ ବଜାର ରୋଡରେ ଏକ ଭଡା ଘରେ ରଖିଲେ । ବିକାଶ ମାସକରେ ପ୍ରଥମ ପତ୍ନୀଙ୍କୁ ୧୫ଦିନ ସମୟ ଦେଉଥିବା ବେଳେ ଦ୍ୱିତୀୟ ପତ୍ନୀଙ୍କୁ ମଧ୍ୟ ୧୫ ଦିନ ସମୟ ଦେଉଥିଲେ । ବିବାହ ପରେ ଉଭୟ ପତ୍ନୀ ଖୁସିରେ ରହିଲେ । ହେଲେ କିଛି ମାସ ପରେ ବିକାଶ ୧୫ ଦିନ କୁଆଡ଼େ ଯାଉଛନ୍ତି ପ୍ରଥମ ପତ୍ନୀଙ୍କ ସନ୍ଦେହ ଘନିଭୂତ ହୋଇଥିଲା । ଖୋଳତାଡ଼ କରିବା ପରେ ସେ ଦ୍ୱିତୀୟ ବିବାହ କରିଥିବା ଜାଣିବାକୁ ପାଇଲେ । ଏନେଇ ସେ ଘରଲୋକଙ୍କୁ ଜଣାଇବା ସହ ଥାନାର ମଧ୍ୟ ଦ୍ୱାରସ୍ଥ ହେଲେ । ଥାନାରେ ଅଭିଯୋଗ କଲେ ଯେ, ମୋ ସ୍ୱାମୀ ମୋ ଅଜାଣତରେ ଦ୍ୱିତୀୟ ବିବାହ କରିଛନ୍ତି । ମୋତେ ଠିକ୍ ଭାବେ ସମୟ ଦେଉନାହାନ୍ତି । ମୋତେ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ପୋଲିସ ବିକାଶଙ୍କୁ ପଚରାଉଚରା କରିବା ପରେ ପ୍ରକୃତ ଘଟଣା ପଦାକୁ ଆସିଲା । ପୋଲିସ ବିକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବିକାଶ ପୋଲିସ ନିକଟରେ କହିଛନ୍ତି ଯେ, ମୁଁ ସ୍କୁଲରୁ ଜଣେ ଝିଅଙ୍କୁ ଭଲ ପାଉଥିଲି । ମୋ ଘର ଲୋକେ ମୋର ଇଛା ବିରୋଧରେ ଅନ୍ୟଆଡ଼େ ବିବାହ କରାଇଦେଲେ । ତେଣୁ ବିବାହର ୪ ଦିନ ପରେ ବାଧ୍ୟ ହୋଇ ମୋର ପ୍ରେମିକାଙ୍କୁ ବିବାହ କଲି । ଦୁଇ ପତ୍ନୀଙ୍କୁ ଖୁସିରେ ରଖିବା ପାଇଁ ଉଭୟଙ୍କୁ ୧୫ ଦିନ ଲେଖାଏଁ ସମୟ ଦେଇଥାଏ ।

Leave A Reply

Your email address will not be published.