Latest Odisha News

ମୁଁ ନୁହେଁ, ମହିଳା ନିଜେ ତାଙ୍କ ସିଟରେ ପରିସ୍ରା କରିଛନ୍ତି-କୋର୍ଟରେ ଶଙ୍କର ମିଶ୍ରଙ୍କ ବୟାନ

ନୂଆଦିଲ୍ଲୀ:  ବିମାନରେ ମହିଳା ଯାତ୍ରୀଙ୍କ ଉପରକୁ ପରିସ୍ରା କରି ଗିରଫ ହାେଇଥିବା ଅଭିଯୁକ୍ତ ଶଙ୍କର ମିଶ୍ର ଆଜି କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, ବିମାନରେ ମହିଳାଙ୍କୁ ସେ କିଛି ଅସମ୍ମାନ କରିନାହାନ୍ତି । ବରଂ ମହିଳା ଜଣକ ନିଜେ ତାଙ୍କର ସିଟରେ ପରିସ୍ରା କରିଛନ୍ତି ।

ଶଙ୍କର ମିଶ୍ରଙ୍କ ଓକିଲ କୋର୍ଟରେ କହିଛନ୍ତି,  ଘଟଣାର ଏକ ମାସ ପରେ ମହିଳା ଜଣକ ଅଭିଯୋଗ ଆଣିଲେ । ଅଭିଯୋଗ କରିଥିଲେ ଯେ, ଅଭିଯୋଗକାରିଣୀ କହିଥିଲେ, 8A ସିଟରେ ବସିଥିବା ବ୍ୟକ୍ତି ପରିଶ୍ରା କରିଥିଲେ । ହେଲେ ଶଙ୍କର ମିଶ୍ରଙ୍କ ସିଟ ଥିଲା 8B । ତା ଛଡା ବିଜିନେସ କ୍ଲାସ ବ୍ଲକ ହୋଇଯାଏ । ଆପଣ ବାହାରକୁ ଯାଇପାରିବେ ନାହିଁ । ଅଭିଯୋଗକାରିଣୀ ମହିଳା ନିଜେ ପରିସ୍ରା କରି ଦେଇଥିଲେ । କାରଣ ତାଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲା ।

ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କ ଫେରନ୍ତା ଏୟାର ଇଣ୍ଡିଆ ବିମାନରେ ଜଣେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ପରେ ପରେ ଅଭିଯୁକ୍ତ ଶଙ୍କରଙ୍କୁ ପୋଲିସ   ବେଙ୍ଗାଲୁରୁରୁ ଧରିଥିଲା । ନିଶାଶକ୍ତ ଅବସ୍ଥାରେ ଶଙ୍କର ବିଜିନେସ କ୍ଲାସରେ ବସିଥିବା ମହିଳାଙ୍କୁ ଏପରି ଦୁର୍ବ୍ୟବହାର କରିବା ପରେ ଫେରାର ହୋଇଯାଇଥିଲେ । ସେ ବାରମ୍ବାର ନିଜ ଠିକଣା ବଦଳାଇ ବୁଲୁଥିଲେ ।  ବିଶେଷ ସୂତ୍ରରୁ ଖବର ପାଇ ଶଙ୍କର ମିଶ୍ର ବେଙ୍ଗାଲୁରୁର ଏକ ଘରେ ଲୁଚି ରହିଥିବା ବେଳେ ଖବର ପାଇ ପୁଲିସ ତାକୁ ଗିରଫ କରିଥିଲା  ।

ଆଜି ତାଙ୍କୁ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର କରାଯାଇଥିଲା । ଦିଲ୍ଲୀ ପୋଲିସ ଅଭିଯୁକ୍ତ ଶଙ୍କରଙ୍କୁ ରିମାଣ୍ଡରେ ନେବା ପାଇଁ ଦାବି କରିଛନ୍ତି ।

 

Leave A Reply

Your email address will not be published.