Latest Odisha News

ଆର୍ଟ ଅଫ୍‍ ଗିଭିଂ ର ୯ମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆର୍ଟ ଅଫ ଗିଭିଂ ୯ମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇରାଜ୍ୟପାଳ  ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ଆମ ଭିତରେ ଥିବା ମାନବବୋଧକୁ ଜାଗ୍ରତ କରିବାକୁ ପଡ଼ିବ

BjdElectrycity

ଏବେ ବିଶ୍ୱରେ ସବୁଆଡ଼େ ହିଂସା, ଦ୍ୱେଷ, ଅସହିଷ୍ଣୁତା ବଢ଼ିଚାଲିଛି ଆମ ଭିତରୁ ମାନବିକ ମୂଲ୍ୟବୋଧ ଧୀରେଧୀରେ ଲୋପ ପାଇଯାଉଛି ବିଶ୍ୱରେଲୋକଙ୍କ ମଧ୍ୟରେ ମାନବବାଦକୁ ଭାରତ ହିଁ କେବଳ ଜାଗ୍ରତ କରାଇପାରିବ ଆର୍ଟ ଅଫ ଗିଭିଂ ଲୋକଙ୍କ ମଧ୍ୟରେ ମାନବବୋଧକୁ ଜାଗ୍ରତ କରାଉଛି ସାଧାରଣ ବ୍ରହ୍ମାଣ୍ଡ କୌଣସି ଅନ୍ତର ରହିବା ହେଉଛି ଆର୍ଟ ଅଫ୍‍ ଗିଭିଂ ସ୍ୱର୍ଗକୁ ଭୂପୃଷ୍ଠକୁ ଆଣିବା ହେଉଛି ଆର୍ଟ ଅଫ୍‍ ଗିଭିଂ ଅନ୍ୟକୁ ନିଜ ମଧ୍ୟରେଦେଖି ଅନ୍ୟକୁ ଖୁସି ଦେଇ ପାରିଲେ ତାହା ହିଁ ବାସ୍ତବରେ ଆର୍ଟ ଅଫ୍‍ ଗିଭିଂ ବୋଲି ରାଜ୍ୟପାଳ କହିଥିଲେ

ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ତଥା ଦୈନିକସମାଜ ପ୍ରକାଶକ ନିରଞ୍ଜନ ରଥ।ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ଦେବା ବଦଳରେ ନେବା ସମସ୍ତଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି ଦେବାର ଗୁଣ ହେଉଛି ଈଶ୍ୱରପ୍ରଦତ୍ତ ଆମେ ଏହି ଦେବାର ଗୁଣକୁ ଅଭ୍ୟାସ ପରିଣତ କରିବାକୁ ହେଲେ ଆମକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀ ରଥ।

ଅନ୍ୟତମ ଅତିଥି ଶିବ ଚିଦାନନ୍ଦ ସରସ୍ୱତୀ ଯୋଗଦେଇ କହିଲେ ମନ୍ୟୁଷ ଶରୀର କେବଳ ପରୋପକାର ପାଇଁ ଉଦ୍ଦିଷ୍ଟ ଯାହା ଶାସ୍ତ୍ରରେ ପଢାଯାଉଥିଲା ତାହା ଅଚ୍ୟୁତ ସାମନ୍ତ କରି ଦେଖାଇଛନ୍ତି ଅଚ୍ୟୁତ ସାମନ୍ତଙ୍କ ମଧ୍ୟରେ ମୁଁ ସ୍ୱାମୀ ଶିବାନନ୍ଦଙ୍କୁ ଦେଖିପାରୁଛି ବୋଲି ସେ କହିଥିଲେ ଦେବାକଳା ସମସ୍ତଙ୍କ ନିକଟରେ ରହିଥାଏ ବୋଲି ଭୁବନେଶ୍ୱର ୟୁନିଟ୍‍୧ସ୍ଥିତ ଶ୍ରୀରାମ ମନ୍ଦିର ସଭାପତି ବାବା ରାମନାରାୟଣ ଦାସ ସମ୍ମାନୀୟ ଅତିଥି ଭାବେଯୋଗ ଦେଇ କହିଥିଲେ ସୃଷ୍ଟି ଆରମ୍ଭରୁ ଦେବା ପ୍ରଥା ରହିଆସିଛି କଳି ଯୁଗରେ ମଧ୍ୟ ଦେବା ପାଇଁ କୁହାଯାଇଛି ଦେବାର ଅର୍ଥ ନୁହେଁ କେବଳ ଟଙ୍କାକିମ୍ବା ବସ୍ତୁ ଦାନ କାହାକୁ ପଦେ ହସି କଥା କହିବା, ଶାନ୍ତ୍ୱନା ଦେଇ କାହାର ଦୁଃଖ ଲାଘବ କରିପାରିଲେ ତାହା ମଧ୍ୟ ଦାନର ଅନ୍ତର୍ଭୁକ୍ତ

ଦେବାରେ ଯେତିକି ଆନନ୍ଦ ରହିଛି, ସେତିକି ମଧ୍ୟ ଆମର କଲ୍ୟାଣ ହୋଇଥାଏ ବୋଲି ରାମ ନାରାୟଣ ଦାସ କହିଥିଲେ ଏହି ଅବସରରେ ଆର୍ଟ ଅଫ୍‍ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଲେ, ୨୦୧୩ ମସିହାରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଆଜି ଏକଜନଆନ୍ଦୋଳନରେ ପରିଣତ ହୋଇଛି ଚଳିତବର୍ଷର ବିଷୟବସ୍ତୁ ରହିଛି ଆଶାଆନନ୍ଦସମ୍ପ୍ରିତି ଖୁସି ବାଣ୍ଟିଲେ ଅଧିକ ଖୁସି ଲାଗିଥାଏ ବୋଲି ଶ୍ରୀସାମନ୍ତ କହିଥିଲେ ଆର୍ଟ ଅଫ୍‍ ଗିଭିଂ ଦିବସକୁ ଜାତିସଂଘ ପକ୍ଷରୁ ମାନ୍ୟତା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି।

ଏହି ଅବସରରେ ସମାଜସେବା ଜରିଆରେ ଆର୍ଟ ଅଫ୍‍ ଗିଭିଂର ଉଦ୍ଦେଶ୍ୟ ପୂରଣ କରୁଥିବା ବିଶିଷ୍ଟ ସ୍ୱେଚ୍ଛାସେବୀ ଋତୁରାଣୀ ସାସମଲ, ଯୁବପରିବେଶପ୍ରେମୀ ଶୁଭ୍ରାଂଶୁ ଶତପଥୀ, ସ୍ୱେଚ୍ଛାସେବୀ ସିଲୁ ନାୟକ, ମୟୂରଭଞ୍ଜର ସବାଇଘାସ ଡିଜାଇନର ଊଷାରାଣୀ ନାୟକ ପ୍ରମୁଖଙ୍କୁ ରାଜ୍ୟପାଳପ୍ରଫେସର ଗଣେଶୀ ଲାଲ୍‍ ସମ୍ବର୍ଦ୍ଧିତ କରିଥିଲେ ଅତିଥିମାନଙ୍କ ଦ୍ୱାରା ଆର୍ଟ ଅଫ୍‍ ଗିଭିଂର ମୁଖପତ୍ର ଉନ୍ମୋଚନ ହୋଇଥିଲା

Leave A Reply

Your email address will not be published.