Latest Odisha News

BREAKING NEWS

ଧଉଳି ଶାନ୍ତିସ୍ତୁପରେ ଶିଳ୍ପୀଙ୍କ ସମାଗମ

ଭୁବନେଶ୍ୱର: କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି । ସେହିପରି ଦିଲ୍ଲୀର ଜଣେ ଶିଳ୍ପୀଙ୍କ ସହିତ ଆଲୋଚନା କରିଥିଲେ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ । କୋଲକତା ସରକାରୀ ମହାବିଦ୍ୟାଳୟରୁ ନିଜ କଳା ଶିକ୍ଷା ଆରମ୍ଭ କରିଥିବା ସେରାମିକ୍ସ ଶିଳ୍ପୀ ଶ୍ରବଣ ଚୌଧୁରୀ ନିଜ ଶିଳ୍ପରେ ଦକ୍ଷତା ପ୍ରତିପାଦିତ କରିବା ସହ ଏବେ ଦିଲ୍ଲୀଠାରେ ନିଜର ଜଳା ସାଧନା ଜାରି ରଖିଛନ୍ତି ।

ଭାରତର ବିଭିନ୍ନ ସହର ସହ ଜର୍ମାନୀ, ଜାପାନ ଓ ବାଲାଂଦେଶରେ ମଧ୍ୟ ବିଭିନ୍ନ ଆର୍ଟ ରେସିଡେନ୍ସିରେ ଅଂଶଗ୍ରହଣ କରି ନିଜର ସୃଜନଶୀଳ ଭାସ୍କର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ତାଙ୍କର ଜୀବନଶୈଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ସେ ଛାତ୍ରଛାତ୍ରୀମାନଙ୍କ ସହ ନିଜର ଆଲୋକ ଚିତ୍ର ପ୍ରଦର୍ଶନ ଜରିଆରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟ ତରଫରୁ ଶ୍ରୀ ଚୌଧୁରୀଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । ପରେ ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଶ୍ରବଣଙ୍କ କାର୍ଯ୍ୟ କରିବାର ଶୈଳୀ ସେରାମିକ୍ସ କ୍ଷେତ୍ରରେ ଏକ ଅଧ୍ୟୟନ ବୋଲି ଅଭିିହିତ କରିବା ସହିତ ଏଥିରୁ ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହେବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ଅଧ୍ୟାପକ ଚନ୍ଦନ କୁମାର ସାମଲ, ରାମ ଶଙ୍କର ସାହୁ, ଅଧ୍ୟାପିକା ସସ୍ମିତା କାମିଳା ଓ ମଧୁସ୍ମିତା ଦାସ ପ୍ରମୁଖ ଶିଳ୍ପୀଙ୍କ ଭାସ୍କର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.