Latest Odisha News

BREAKING NEWS

ରାଜନୀତିରେ ପ୍ରବେଶ ପରେ କଣ ଅଭିନୟ ଛାଡିଦେବେ ଅରୁଣ ଗୋଭିଲ, ଜାଣନ୍ତୁ କଣ କହିଲେ ଅଭିନେତା

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆରେ ସବୁଠାରୁ ଲୋକପ୍ରିୟ ଅଭିନେତା ତଥା ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଚଳିତବର୍ଷ ରାଜନୀତିରେ ପ୍ରବେଶ କରିବା ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । । ମେରଟ ଆସନରୁ ବିଜେପି ପାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ଅଭିନେତା ଅରୁଣ ଗୋଭିଲ । ତେବେ ଆଜି ମଧ୍ୟ ଅନେକ ଲୋକେ ତାଙ୍କ ପ୍ରକୃତ ନାମ କହିଲେ ଜାଣିପାରନ୍ତିନାହିଁ । କାରଣ ସେ ପ୍ରଭୁ ରାମଙ୍କ ନାମରେ ସମସ୍ତ ଲୋକଙ୍କ ହୃଦୟରେ ଅଛନ୍ତି । ଆଗାମୀ ଦିନରେ ଅରୁଣ ଗୋଭିଲଙ୍କୁ ଅଭିନେତା ନୀତେଶ ତିୱାରୀଙ୍କ ରାମାୟଣରେ ରାଜା ଦାଶରଥ ଭୂମିକାରେ ଦେଖିବାକୁ ମିଳିବ । ଏହି ରାମାୟଣରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବେ।

ସେପଟେ କିନ୍ତୁ ରାଜନୀତିରେ ପାଦ ରଖି ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ଅରୁଣ ଗୋଭିଲ । ନିକଟରେ ଅରୁଣ ଖୋଲାଖୋଲି ଭାବେ ଅଭିନୟ ଜଗତକୁ ଛାଡିବାକୁ ନେଇ ନିଜର ମତ ଦେଇଛନ୍ତି । ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଅରୁଣ ଗୋଭିଲ ରାଜନୀତି ପରେ ଅଭିନୟ ଜଗତକୁ ପ୍ରତ୍ୟାବର୍ତ୍ତନ କରିବାକୁ ନେଇ କହିଛନ୍ତି, ‘ଏହା ମୋର କ୍ୟାରିୟରର ଏକ ନୂଆ ଇନିଂସ ଯାହା ଅଭିନୟ ଜଗତଠାରୁ ଟିକେ ଦୂରରେ । ଏହାକୁ ନେଇ ଏବେ ମୁଁ ବହୁତ ଉତ୍ସାହିତ ଅଛି । ବର୍ତ୍ତମାନ ଆଗକୁ ଏହା କି ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

ଅରୁଣ ଆହୁରି ମଧ୍ୟ କହିଛନ୍ତି ଯେ, ‘ଏହା ପୂର୍ବରୁ ମଧ୍ୟ ତାଙ୍କୁ ରାଜନୈତିକ ଦଳ ଟିକେଟ ଦେଇଥିଲେ । କିନ୍ତୁ ସେତେବେଳେ ତାଙ୍କର ରାଜନୀତିରେ ପଶିବାର କୌଣସି ଯୋଜନା ନଥିଲା । ନିକଟରେ ନିତେଶ ତିୱାରୀଙ୍କ ରାମାୟଣର ସେଟରେ ଦଶରଥ ଚରିତ୍ରରେ ଅଭିନୟ କରିଥିବା ଅରୁଣଙ୍କ ଅନେକ ଫଟୋ ଭାଇରାଲ ହୋଇଥିଲା । ଏନେଇ ଅରୁଣ କହିଛନ୍ତି ଯେ, ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ସେହି ଫଟୋ ଗୁଡିକୁ ଦେଖିବାର ସେ ସୁଯୋଗ ପାଇ ନାହାଁନ୍ତି ।

ଅଭିନୟରୁ ବିରତି ନେବା ବିଷୟରେ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି ଯେ, ‘ମୁଁ ବର୍ତ୍ତମାନ ଏ ବିଷୟରେ କିଛି ଭାବି ନାହିଁ । ରାମାୟଣରେ ଅନେକ ଅଂଶ ବାକି ଅଛି ଯାହାକୁ ମୁଁ ଶୀଘ୍ର ଶୁଟ୍ କରିବି । ବର୍ତ୍ତମାନ ରାଜନୀତି ସହିତ ତାଙ୍କ ଅଭିନୟ କ୍ୟାରିୟର ମଧ୍ୟ ଜାରି ରଖିବ । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କ ରାଜନୈତିକ ଯାତ୍ରା କିପରି ଅଗ୍ରଗତି କରିବ ତାକୁ ନେଇ ମୁଁ ନିଷ୍ପତ୍ତି ନେବି । ମୁଁ ବର୍ତ୍ତମାନ ଖୋଲାଖୋଲି ଭାବେ କିଛି କହି ପାରିବି ନାହିଁ, ମୋର ସମ୍ପୂର୍ଣ୍ଣ ଧ୍ୟାନ ଆଗାମୀ ନିର୍ବାଚନ ଉପରେ ରହିଛି ବୋଲି କହିଛନ୍ତି ଅରୁଣ ।

 

Leave A Reply

Your email address will not be published.