Latest Odisha News

BREAKING NEWS

ଲକ୍ଷ୍ନୌକୁ ପରାସ୍ତ କରି ଦିଲ୍ଲୀର ଦମଦାର ବିଜୟ

ଲକ୍ଷ୍ନୌ : ୨୦୨୪  ଆଇପିଏଲ୍ ରେ ଗତ କାଲି  ଦିଲ୍ଲୀ, ଲକ୍ଷ୍ନୌ କୁ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଦିଲ୍ଲୀ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଛି। ମ୍ୟାଚରେ ପ୍ରଥମେ ଲକ୍ଷ୍ନୌ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୬୭ ରନ୍ ସଂଗ୍ରହ କରିଥିଲା । ୧୬୮ ରନ୍ ପଛରେ ପକାଇ ଦିଲ୍ଲୀ ୬ ୱିକେଟ୍ ନେଇ ମ୍ୟାଚ୍ ଜିତିଥିଲା। ଆଇପିଏଲରେ ପ୍ରଥମ ମ୍ୟାଚ୍ ଖେଳିଥିବା ଜେକ୍ ଫ୍ରେଜର-ମ୍ୟାକଗର୍କ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩୫ ବଲରେ ୫୫ ରନ୍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିଥିବା କୁଳଦୀପ ଯାଦବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

କୁଲଦୀପ ଯାଦବ ଏବଂ ଖାଲିଲ ଅହମ୍ମଦଙ୍କ ସାଂଘାତିକ ବୋଲିଂରେ ଲକ୍ଷ୍ନୌର ବ୍ୟାଟରମାନେ ଧରାଶାୟୀ ହୋଇ ଶେଷରେ ପାଭିଲିୟନ ଫେରିଥିଲେ । ପ୍ରାରମ୍ଭରୁ ଲକ୍ଷ୍ନୌ ପାଇଁ ବିପଦ ସୃଷ୍ଟି କରିଥିଲେ ଦିଲ୍ଲୀ ବୋଲର୍। ଲକ୍ଷ୍ନୌ ୯୭ ରନରେ ୭ ୱିକେଟ୍ ହରାଇ ସାରିଥିଲା ବେଳେ ଅର୍ଷଦ ଖାଁ ଓ ଆୟୁଶ ବାଦୋନି ଭାଗିଦାରୀରେ ୭୩ ରନର ରନ ଯୋଡ଼ିଥିଲେ। ଫଳରେ ଲକ୍ଷ୍ନୌ ଦିଲ୍ଲୀ କୁ ୧୬୭ ରନର ଟାର୍ଗେଟ ଦେଇଥିଲା । ଜବାବରେ ଦିଲ୍ଲୀ ଆରମ୍ଭରୁ ଡେଭିଡ ୱାର୍ଣ୍ଣରଙ୍କ ୱିକେଟ୍ ହରାଇବାପରେ  ମଧ୍ୟ ଉଭୟ ମ୍ୟାକଗର୍କ ଓ ପୃଥ୍ୱୀ ଶ ଦର୍ଶନୀୟ ସର୍ଟ୍ସ ଖେଳିଥିଲେ। ପୃଥ୍ୱୀ ଶ ଆଉଟ୍ ହେବା ପରେ ଋଷଭ ପନ୍ତ ଓ ମ୍ୟାକଗର୍କ ଚୌକା-ଛକାର ବର୍ଷା କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଥିଲେ। ଶେଷରେ ସାଇ ହୋପ୍ ଓ ତ୍ରିସ୍ତାନା ଷ୍ଟବ୍ସ  ୨୬ ରନର ଭାଗିଦାରୀ ଯୋଡ଼ି ଦଳକୁ ଜିତାଇଥିଲେ ।

Leave A Reply

Your email address will not be published.