Latest Odisha News

BREAKING NEWS

ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା, ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି କ୍ୟାବିନେଟ୍‌ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା । ଅସମ୍ଭାଳ ହେଲାଣି ସ୍ଥିତି । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଓ ଅମ୍ଳଜାନର ଅଭାବ ଦେଖାଗଲାଣି । ଏହାସହ କରୋନା ଇଞ୍ଜେକସନ ମଧ୍ୟ ଆଉ ମିଳୁନାହିଁ । ଯାହା ଦିଲ୍ଲୀ ସରକାରଙ୍କୁ ଚିନ୍ତାରେ ପକାଇଲାଣି । କରୋନା ସ୍ଥିତିକୁ ନଜରରେ ରଖି ଆଜି ଜରୁରୀ ବୈଠକ ଡାକିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 

ବୈଠକରେ ଦିଲ୍ଲୀର ସମସ୍ତ କ୍ୟାବିନେଟ ସଦସ୍ୟ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ବୈଠକରେ କରୋନା ଚେନ୍ କୁ ବ୍ରେକ କରିବାକୁ ରଣନୀତି ପ୍ରସ୍ତୁତ କରିବେ କେଜ୍ରିୱାଲ । ଆଜି ଅପରାହ୍ନରେ ହିଁ ବୈଠକ ବସିବ ବୋଲି ଜଣାପଡିଛି । 

 କେଜ୍ରିଓ୍ଵାଲ୍‌ କହିଛନ୍ତି, ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇଛି । ପରିସ୍ଥିତି ଖୁବ୍‌ ସାଙ୍ଘାତିକ ଏବଂ ଜଟିଳ ହେଲାଣି । କିଛି ଦିନ ତଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ବୋଲି ପ୍ରତୀୟମାନ ହେଉଥିଲା ହେଲେ ଆଜି ସବୁ ଜିନିଷର ଅଭାବ ପରିଲକ୍ଷିତ ହେଉଛି । ଯେଉଁ ବେଗରେ କରୋନା ଭାଇରସ୍‌ ବୃଦ୍ଧି ପାଉଛି, କେବେ ତାହା ଶିଖରରେ ପହଞ୍ଚିଯିବ କେହି ଜାଣନ୍ତି ନାହିଁ । 

ଦିଲ୍ଲୀରେ ସଂକ୍ରମଣକୁ ରୋକିବା ପାଇଁ ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ସଟଡାଉନ ଲାଗୁ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.