Latest Odisha News

BREAKING NEWS

ଅଜୟ ଦେବଗନଙ୍କ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଇଦରେ ରିଲିଜ ହେବ !

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଆଇପିଏଲ ଅବସରରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଚୂଡାନ୍ତ ହୋଇଥିଲା । ଏ ନେଇ ଅଜୟଙ୍କ ସହ ଆଡ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ତେବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ସରି ନ ଥିବାରୁ ଏହାକୁ ଇଦରେ ରିଲିଜ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ପ୍ରଡକ୍ସନ ଟିମ୍ ପକ୍ଷରୁ କୁହାଯାଇଛି ।

ହଟଷ୍ଟାରରେ ଏହା ରିଲିଜ ହେବ ବୋଲି ଚୁକ୍ତି ହୋଇଛି । ଭୂଜ ଫିଲ୍ମରେ ଆକ୍ସନ ଦୃଶ୍ୟ ପାଇଁ ୨୦ କୋଟି ଏବଂ ଭିଏଫଏକ୍ସରେ ୩୫ କୋଟି ଖର୍ଚ୍ଚ ହୋଇଛି । ଅଜୟଙ୍କ ସହ ନୀରା ଫତେହୀ ଓ ଶରଦ କେଲକର ଭଳି କଳାକାର ଅଭିନୟ କରୁଛନ୍ତି ।

Leave A Reply

Your email address will not be published.