Latest Odisha News

BREAKING NEWS

କୋର୍ଟରେ ଇଡିର ଅଭିଯୋଗ; ଜାମିନ ପାଇଁ ପ୍ରତିଦିନ ଆଳୁ,ପୁରୀ, ମିଠା ଓ ଆମ୍ବ ଖାଉଛନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଗୁରୁବାର ଅଦାଲତରେ କେଜ୍ରିଓ୍ବାଲଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଇଡି ଦାବି କରିଛ ଯେ, ଅରବିନ୍ଦ କେଜ୍ରିୱାଲ ମଧୁମେହ ରୋଗୀ ଅଟନ୍ତି । ସେ ଘରେ ତିଆରି ଖାଦ୍ୟ ଏବଂ ମିଠା ଖାଉଛନ୍ତି, ତେଣୁ ତାଙ୍କର ସୁଗାର ସ୍ତର ବୃଦ୍ଧି ପାଇଛି । କେଜ୍ରିୱାଲ ଏହା ଜାଣିଜାଣି କରୁଛନ୍ତି ଯାହା ଦ୍ବାରା ତାଙ୍କୁ ମେଡିକାଲ ଆଧାରରେ ଜାମିନ ମିଳିପାରିବ ।

ଇଡି ପକ୍ଷରୁ ଆଡଭୋକେଟ୍ ଜୁହୈବ ହୁସେନ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁଗାର ବୃଦ୍ଧି ହେବାର କାରଣ ହେଉଛି ତାଙ୍କ ଘରର ରନ୍ଧା ଖାଦ୍ୟ । ଘରୁ ଖାଇବା ପାଇଁ ତାଙ୍କୁ ଆଳୁ, ପୁରି, ଆମ୍ବ ଏବଂ ମିଠା ଜିନିଷ ଦିଆଯାଉଛି । କେଜ୍ରିୱାଲ ଜାଣିଶୁଣି ଏହା କରୁଛନ୍ତି ଯାହା ଦ୍ବାରା ସେ ଚିକିତ୍ସା ପାଇଁ ଜରୁରୀକାଳୀନ ପରିସ୍ଥିତି କାରଣରୁ ଜାମିନ ପାଇପାରିବେ ।

ଜେଲରେ ଥିବା ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ପରାମର୍ଶ ଚାହୁଁଥିବା ଦାବି କରି କେଜ୍ରିଓ୍ବାଲ ଗୋଟିଏ ଆବେଦନ କୋର୍ଟରେ କରିଛନ୍ତି । ଏହାର ଶୁଶାଣି କୋର୍ଟ କରୁଥିବା ବେଳେ ଇଡି ଏପରି ଦାବି କରିଛି ।

କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟକୁ ଦେଖାଇ ଇଡି କହିଛି ଯେ ଏପ୍ରିଲ ୧ରେ କେଜ୍ରିୱାଲ ତିହାର ଜେଲକୁ ଆସିଥିଲେ। ସେହି ସମୟରେ ତାଙ୍କ ସୁଗାର ୧୩୯ ଏମଜି/ଡିଏଲ ଥିଲା । କିନ୍ତୁ ଏପ୍ରିଲ ୧୪ ତାରିଖ ସକାଳ ସୁଦ୍ଧା ଏହା ୨୭୬ ଏମଜି/ଡିଏଲରେ ପହଞ୍ଚି ଯାଇଛି । ଏଥିରୁ ସ୍ପଷ୍ଟ ଯେ, କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ ।

ସେ ଭଲ ଭାବେ ଜାଣିଛନ୍ତି ଯେ ଏସବୁ ଖାଇଲେ, ତାଙ୍କର ରକ୍ତ ସର୍କରା ବୃଦ୍ଧି ପାଇବ । ତଥାପି ସେ ଜାଣିଶୁଣି ଏପରି ଖାଦ୍ୟ ଖାଉଛନ୍ତି ।

ଇଡି ପକ୍ଷରୁ ସମସ୍ତ ଘଟଣା ଶୁଣିବା ପରେ କୋର୍ଟ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.