Latest Odisha News

BREAKING NEWS

ଗାଧୋଇବାକୁ ଯାଇ ଖରସ୍ରୋତା ନଦୀରେ ବୁଡ଼ି ଦୁଇ ଭାଇ ନିଖୋଜ

ଯାଜପୁର:ଯାଜପୁର ରୋଡ୍ ଯୋଡକିଆ ନିକଟ ଖରସ୍ରୋତା ନଦୀରେ ବୁଡ଼ି ଦୁଇ ଭାଇ ନିଖୋଜ । ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନଦୀରେ ବୁଡିଯାଇଥିବା ଅଭିଯୋଗ ହୋଇଛି । ନିଖୋଜ ଦୁଇ ଭାଇ ହେଲେ ଶିବାନନ୍ଦ ନଗରର ଶାଶ୍ୱତ ସ୍ୱାଇଁ (୨୪) ଓ ସ୍ୱାସ୍ତିକ ସ୍ୱାଇଁ (୨୧)। ସେମାନଙ୍କ ଘର ଫେରୋକ୍ରମ କଲୋନୀ ନିକଟସ୍ଥ ଶିବାନନ୍ଦ ନଗରରେ।

ସୂଚନା ଅନୁସାରେ ଆଜି ଦୁଇ ଭାଇ ଗାଧୋଇବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି। ଘଟଣାର ଖବର ପାଇ ଘଟଣାସ୍ଥଳରେ ଯାଜପୁର ରୋଡ୍‌ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କର ତଲାସି କରୁଛନ୍ତି। ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

Leave A Reply

Your email address will not be published.