Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଟାର୍ଗେଟ: ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଫଟୋ ସେୟାର କରି କହିଲେ ଏ ହେଉଛି ବାସ୍ତବ ଚିତ୍ର

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ିର ହେଭିୱେଟ୍ ନେତା ପ୍ରଣବ ପ୍ରକାଶ ଦାଶଙ୍କ ଟାର୍ଗେଟ। ଗୁରୁବାର ସୋସିଆଲ ମିଡିଆରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଫଟୋ ପୋଷ୍ଟ କରି ଧର୍ମେନ୍ଦ୍ରଙ୍କୁ ବାସ୍ତବ ଚିତ୍ର ଦେଖାଇଲେ ପ୍ରଣବ। ସୋସିଆଲ ମିଡିଆ ‘ଏକ୍ସ’ରେ କଟକରୁ ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଅବ୍ୟବସ୍ଥାକୁ ନେଇ ପ୍ରଣବ କହିଛନ୍ତି,ଏହି ୨ଟି ଫଟୋର ବସ୍ତବ ଚିତ୍ର ଦେଖନ୍ତୁ। ଗୋଟିଏ ହେଉଛି ବିଜୁ ଏକ୍ସପ୍ରେସ ୱେ। ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ। ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା।

ଅନ୍ୟଟି ହେଉଛି ଏନଏଚ-୫୫, ଯାହାର କାମ ୧୦ ବର୍ଷ ହେଲା ସରୁନି। ଦେଶର ସବୁଠୁ ବିପଦ ସଙ୍କୁଳ ଜାତୀୟ ରାଜପଥ ପାଲଟିଛି ଏନଏଚ୍-୫୫ । ପ୍ରତିଦିନ ପ୍ରାୟ ୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି । ଏନଏଚ-୫୫ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ନା କାମ ସରୁଛି, ନା ସ୍ଥିତି ସୁଧୁରୁଛି । ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି ବୋଲି ପ୍ରଣବ ପ୍ରକାଶ କହିଛନ୍ତି।

Leave A Reply

Your email address will not be published.