ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେବା ପରେ ଆଜି ଦିଲ୍ଲୀର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ୫ ଜଣ ସଦସ୍ୟ ମଧ୍ୟ ନିଜ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏହା ପରେ ଦିଲ୍ଲୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାଣି, ଓ ବିଦ୍ୟୁତରେ ଦିଆଯାଇଥିବା ରିହାତିକୁ ବଜାୟ ରଖିବା ପାଇଁ ପ୍ରସ୍ତାବ ଆଗତ ହୋଇଛି । ତେବେ ଏଯାଏଁ ମନ୍ତ୍ରୀଙ୍କୁ କୌଣସି ବିଭାଗ ବଂଟନ ହୋଇନଥିବା ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମୀନଷ ସିସୋଦିଆ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ନୂଆ ସରକାର ଆସନ୍ତା ୫ ବର୍ଷ ଯାଏଁ ଦିଲ୍ଲୀର ବିକାଶ ଦିଗରେ କାମ କରିବା ନେଇ ପ୍ରତିବଦ୍ଧିତ ରହିଛି ।
BREAKING NEWS
- ନିଯୁକ୍ତି ମେଳା: ପିଲାଙ୍କ ଆଦର୍ଶ ବନ୍ଧୁ ଭାବେ ମାର୍ଗଦର୍ଶନ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- ହକି ଖେଳାଳି ସୁନେଲିତା ଟପ୍ପୋ ପାଇବେ ୩୪ତମ ଏକଲବ୍ୟ ପୁରସ୍କାର
- Trump Threat Iran: ଇରାନକୁ ଟ୍ରମ୍ପଙ୍କ ନୂଆ ଧମକ! କହିଲେ, “୧୦ ମିନିଟ୍ରେ କାମ ଶେଷ କରିଦେବୁ…”
- ଇଣ୍ଡିଆସ୍ପୋରାର ଚେତାବନୀ; H-1B ଧାରକଙ୍କୁ ହଇରାଣ କରିବା ଆମେରିକା ପାଇଁ ଆଣିବ ଆର୍ଥିକ ବିପର୍ଯ୍ୟୟ
- Cyclone Murasu alert: ‘ମୁରାସୁ’ର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି; ୧୫୦ ଭୂସ୍ଖଳନ ସ୍ପଟ୍ ଚିହ୍ନଟ, ଗଞ୍ଜାମବାସୀଙ୍କୁ ସତର୍କ ସୂଚନା-ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ
- ବିରୋଧୀଙ୍କ ‘ଶାସନ ପରିବର୍ତ୍ତନ ଏଜେଣ୍ଡା’ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା
- Free Chicken to Voters: ଭୋଟର ସ୍ଲିପ୍ ଦେଖାଅ, ମାଗଣାରେ ନିଅ ୧ କିଲୋ ଚିକେନ୍! ଭୋଟ୍ ପାଇଁ ପ୍ରାର୍ଥୀଙ୍କ ଅଜବ ଅଫର୍!
- ବ୍ରହ୍ମପୁରରେ ସ୍ୱାଭାବିକ ହେଉଛି ଜଳଯୋଗାଣ, H&UD ବିଭାଗର ଜରୁରୀକାଳୀନ ପଦକ୍ଷେପ
- PET ପରୀକ୍ଷାରେ ଅଜବ କପି; ସାନିଟାରୀ ପ୍ୟାଡରେ ଡିଭାଇସ୍ ଲୁଚାଇଥିଲେ ପୁରୁଷ ପରୀକ୍ଷାର୍ଥୀ
- କାର୍ ଦୁର୍ଘଟଣାରେ ରାପର୍ ହନି ସିଂହଙ୍କ ଭଣଜା ମୃତ
Comments are closed.