Latest Odisha News

BREAKING NEWS

କୁମାରଙ୍କ ଅଭିଯୋଗ ନେଇ ମୁହଁ ଖୋଲିଲେ କେଜ୍ରିୱାଲ: କବି ଅଟନ୍ତି,କିଛି ବି କହିପାରିବେ

ଚଣ୍ଡୀଗଡ: କୁମାର ବିଶ୍ୱାସଙ୍କ ମାରାତ୍ମକ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି କୁମାର ବିଶ୍ୱାସ ଜଣେ ହାସ୍ୟ କବି । ବୋଧହୁଏ ଏହା ତାଙ୍କର କୌଣସି କବିତାର ଅଂଶ ହୋଇପାରେ । କବି ଅଟନ୍ତି କିଛି ବି କହିପାରିବା ଅଧିକାର କରିଛନ୍ତି । ଯଦି ମୁଁ ୧୦ ବର୍ଷ ଧରି ଭାରତକୁ ଭଙ୍ଗ କରିବାକୁ ଚାହୁଁଛି ତାହାହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା । ୧୦ ବର୍ଷ ଧରି କଂଗ୍ରେସ ଏବଂ ବିଜେପି ସରକାର କଣ ଶୋଇଥିଲେ ? ପିଏମ ନରେନ୍ଦ୍ର ମୋଦି କାହିଁକି ଚୁପ ରହିଛନ୍ତି ।

ସତରେ କଣ ମୁଁ ଏହି ଭଳି ଯୋଜନା କରୁଥିବି ବୋଲି ଆପଣମାନେ ବିଶ୍ୱାସ କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଭିତିହୀନ ଅଭିଯୋଗ । ସୂଚନାଯୋଗ୍ୟ, ଏକ ସକ୍ଷାତକାରରେ ମୁଁ ପଞ୍ଜାବର ସିଏମ ହେବି ନ ହେଲେ ଆଜାଦ ଦେଶ (ଖଲିସ୍ତାନ)ର ପିଏମ ହେବି ବୋଲି କେଜ୍ରିୱାଲ କହିଥିବା ନେଇ କୁମାର ବିଶ୍ୱାସ ଅଭିଯୋଗ ଆଣିଛନ୍ତି ।

Comments are closed, but trackbacks and pingbacks are open.